ନୂଆଦିଲ୍ଲୀ, ୧୯ ଅଗଷ୍ଟ୍: ‘ମେକ ଇନ ଇଣ୍ଡିଆ’ ଉଦ୍ୟୋଗକୁ ବଡ଼ ଗତି ଦେଇ ଭାରତ ସରକାର ଭାରତୀୟ ବାୟୁସେନା ପାଇଁ ୯୭ଟି ସ୍ୱଦେଶୀ ଏଲସିଏ ମାର୍କ-୧ଏ ଯୁଦ୍ଧ ବିମାନ କ୍ରୟ ପାଇଁ ୬୨,୦୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଅନୁମୋଦନ ମିଳିଛି, ଯାହା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି।
ଏହା ପୂର୍ବରୁ ୪୮,୦୦୦ କୋଟି ଟଙ୍କାରେ ୮୩ଟି ଏଲସିଏ ମାର୍କ-୧ଏ ବିମାନ ପାଇଁ ସରକାର ଅର୍ଡର ଦେଇଥିଲା। ନୂଆ ପ୍ରକଳ୍ପରେ HAL ୯୭ଟି ନୂତନ ବିମାନ ନିର୍ମାଣ କରିବା ସହ, ଏହା ବାୟୁସେନାର ପୁରୁଣା MiG-21 ବିମାନମାନଙ୍କୁ ପର୍ଯ୍ୟାୟକ୍ରମେ ବଦଳାଇବ।
HAL-ରେ ସ୍ୱଦେଶୀ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଏଞ୍ଜିନ ନିର୍ମାଣକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିୟମିତ ଭାବରେ ମେଗା ଅର୍ଡର ଆସୁଛି। ସେ ନିଜେ ମଧ୍ୟ LCA Tejas-ର ଟ୍ରେନର ବିମାନରେ ଉଡାଣ କରିଥିଲେ, ଯାହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଯୁଦ୍ଧ ବିମାନ ଉଡାଣ ଥିଲା।
ନୂଆ LCA Mark-1A ବିମାନଗୁଡ଼ିକ ପୂର୍ବ Tejas-ରୁ ଅଧିକ ଉନ୍ନତ, ଆଧୁନିକ Avionics ଓ Radar ସହିତ ୬୫%ରୁ ଅଧିକ ସ୍ୱଦେଶୀ ଉପାଦାନ ରହିବ। ଏହି ପ୍ରକଳ୍ପ ‘ଆତ୍ମନିର୍ଭର ଭାରତ’ ଓ ‘ମେକ ଇନ ଇଣ୍ଡିଆ’-ର ପ୍ରତୀକ ହୋଇଥାଇ, ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସ୍ଥାନୀୟ ଉଦ୍ୟୋଗମାନଙ୍କୁ ବିପୁଳ ବ୍ୟବସାୟିକ ସୁଯୋଗ ଦେବ।
ଆଗାମୀ ଦିନରେ HAL ୨୦୦ରୁ ଅଧିକ LCA Mark-2 ସହ ପଞ୍ଚମ ପିଢିର Advanced Medium Combat Aircraft (AMCA) ନିର୍ମାଣର ଅର୍ଡର ମିଳିବା ଆଶା ରହିଛି।