ନୂଆଦିଲ୍ଲୀ, ୧୧ ଜୁନ: ଦେଶରେ ପୁଣି କରୋନା ସଂକ୍ରମଣ ର ଗତି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୩ ଜଣ ମୃତ୍ୟୁ ହେବା ସହିତ ସକ୍ରିୟ ମାମଲା ସଂଖ୍ୟା ୭,୧୫୪ କୁ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ସକାଳରେ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଏହି ମୃତ୍ୟୁ ମାନେ ମହାରାଷ୍ଟ୍ରରୁ ୨ ଓ ମଧ୍ୟପ୍ରଦେଶରୁ ୧ ଜଣ ଅଟକିଥିଲେ।

ଏହି ମୃତ୍ୟୁଗୁଡିକର ପଛରେ ଶ୍ୱାସକ୍ରିୟା ସମସ୍ୟା ରହିଥିବା ଜଣାଯାଇଛି। ରାଜ୍ୟସଭାର ତଥ୍ୟ ଅନୁସାରେ, ଏବେ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ସକ୍ରିୟ ମାମଲାରେ ହ୍ରସ ଥିବା ବେଳେ କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଗୁଜରାଟରେ ଅପେକ୍ଷାକୃତ ଅଧିକ ସଂଖ୍ୟାରେ ମାମଲା ରିପୋର୍ଟ ହେଉଛି। ୨୦୨୫ ମସିହାରେ ସର୍ବାଧିକ କେସ୍ କେରଳରୁ ରିପୋର୍ଟ ହୋଇଛି।

ମନ୍ତ୍ରଣାଳୟ କହିଛି ଯେ, ଏଥର କରୋନା ଏପର୍ଯ୍ୟନ୍ତ ସଂଘାତିକ ନୁହେଁ ଓ ଗଭୀର ଚିନ୍ତାର ବିଷୟ ମଧ୍ୟ ନୁହେଁ, କିନ୍ତୁ ସତର୍କ ଓ ସଚେତନ ରହିବା ଅତିଆବଶ୍ୟକ। ସାଧାରଣ ସ୍ୱାସ୍ଥ୍ୟ ସାବଧାନି ଓ ମାସ୍କ ପିନ୍ଧିବା, ହାତ ଧୋଇବା ଓ ଭିଡ଼ରୁ ଦୂରେ ରହିବା ପରାମର୍ଶ ଦିଆଯାଇଛି।