ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର: ନାଟୋ ସଚିବ ମାର୍କ ରୁଟଙ୍କ ଦାବିକୁ ଭାରତ ସ୍ପଷ୍ଟ କରିଦେଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି—ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ଶୁଳ୍କର ଡରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କୌଣସି ଫୋନ୍ କଲ୍ କରିନାହାନ୍ତି।

ମାର୍କ ରୁଟ୍ ଏକ ସାକ୍ଷାତକାରରେ କହିଥିଲେ—ଭାରତ, ଟ୍ରମ୍ପଙ୍କ ୫୦% ଶୁଳ୍କର ପ୍ରଭାବରେ, ପୁଟିନଙ୍କ ସହିତ ଫୋନ୍‌ରେ ସମ୍ପର୍କ ରଖିଆସୁଛି ଏବଂ ଯୁକ୍ରେନ୍ ନୀତି ସମ୍ପର୍କରେ ସ୍ପଷ୍ଟତା ଚାହୁଛି।

ଏହାକୁ ପ୍ରତିଖଣ୍ଡନ କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବିବୃତିରେ କୁହାଯାଇଛି—“ନାଟୋ ସଚିବଙ୍କ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତଥ୍ୟହୀନ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଏପରି କୌଣସି କଥାବାର୍ତ୍ତା ହୋଇନାହିଁ।”