ନୂଆଦିଲ୍ଳୀ, ୧୪ ଜୁଲାଇ: ପାକିସ୍ତାନ ଓ ତୁର୍କୀଙ୍କ ସାମୁଦ୍ରିକ ଚେଷ୍ଟାକୁ ଉଚିତ ଜବାବ ଦେଉଥିବା ଭାବରେ ଭାରତ ଓ ଗ୍ରୀସ ନୌସେନା ମିଳିତ ଭାବେ ସମୁଦ୍ର ଭିତରେ ଯୁଦ୍ଧାଭ୍ୟାସ କରିଛନ୍ତି। ଗତ ୧୦ ଜୁଲାଇ ତାରିଖରେ ଭାରତୀୟ ନୌସେନାର ‘INS ତରକଶ’ ଓ ଗ୍ରୀସ ନୌସେନାର ଫ୍ରିଗେଟ୍ ଜାହାଜ ମିଶି ସାମୁଦ୍ରିକ ଅଭ୍ୟାସ କରିଥିଲେ।
ଏହି ଯୁଦ୍ଧାଭ୍ୟାସ ଦ୍ୱାରା ଭାରତ ଓ ଗ୍ରୀସ ମଧ୍ୟରେ ସାମରିକ ସମ୍ପର୍କ ଆଉ ଅଧିକ ଦୃଢ଼ ହେବା ସହିତ, ତୁର୍କୀ-ପାକିସ୍ତାନ ଜୁଟିକୁ ଏକ ସୁସ୍ପଷ୍ଟ ବାର୍ତ୍ତା ମିଳିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଗ୍ରୀକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ଅଭ୍ୟାସ ଗ୍ରୀସ ଓ ଭାରତ ମଧ୍ୟରେ ବୃହତ ସାମରିକ ଅନୁପ୍ରେରଣା ଦେଇଥିବା ସୂଚନା ମିଳିଛି।
ତୁର୍କୀ-ପାକିସ୍ତାନ ଚିନ୍ତାରେ:
ତୁର୍କୀ ଓ ପାକିସ୍ତାନ ସାମୁଦ୍ରିକ ସୀମାରେ ମିଶି ଯୁଦ୍ଧାଭ୍ୟାସ କରିଥିଲେ। ଏହି ଯୁଗଳ ଭାରତ ବିରୋଧି ରବାୟତ ରଖିଥିବା ଉପରେ ଦୃଷ୍ଟି ରଖି, ଭାରତ-ଗ୍ରୀସ ଅଭ୍ୟାସକୁ ଏହାର ପ୍ରତିଉତ୍ତର ବୋଲି ବିଶ୍ଳେଷଣ ହେଉଛି। ଏଥିରେ ତୁର୍କୀ ଦ୍ୱାରା ପାକିସ୍ତାନକୁ ଅସ୍ତ୍ର ଯୋଗାଣ ଓ ଖୋଲା ସମର୍ଥନ ଦେବା ଘଟଣା ମଧ୍ୟ ଚର୍ଚ୍ଚା ମଧ୍ୟରେ ଆସିଛି।
ସୂଚନା ଦେଉଛି: ଗ୍ରୀସ ଓ ତୁର୍କୀ ମଧ୍ୟରେ ଏଜିୟନ ଦ୍ୱୀପ ନିମନ୍ତେ ଚିରନ୍ତନ ବିବାଦ ଚାଲିଆସୁଛି। ଏପରି ପରିପ୍ରେକ୍ଷିତରେ ଭାରତ ସହ ଗ୍ରୀସ ନୌସେନା ଯୁଦ୍ଧାଭ୍ୟାସ, ତୁର୍କୀ ପାଇଁ ଏକ ନୂତନ ଚିନ୍ତାର ଅନୁଭୂତି ଦେଇଥିବା ମନାଯାଉଛି।