ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଭାରତ ଓ ଓମାନ ମଧ୍ୟରେ ଖୁବଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ୨୦୨୩ରେ ଆରମ୍ଭ ହୋଇଥିବା ଆଲୋଚନା ବର୍ତ୍ତମାନ ଶେଷ ହୋଇଥିବା କେନ୍ଦ୍ରୀୟ ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି।

କଂଗ୍ରେସ ନେତା ହେବି ମାଥର ହିଶାମଙ୍କ ପ୍ରଶ୍ନରେ ଉତ୍ତର ଦେଇ, ମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶ ପୁରୁଣା ରଣନୈତିକ ସହଭାଗୀ। ୧୯୫୫ରୁ ଦୁଇ ଦେଶର କୂଟନୈତିକ ସମ୍ପର୍କ ରହିଛି। ଯଦିଓ ଚୁକ୍ତି ସ୍ବାକ୍ଷରର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ଗତ ୫ ବର୍ଷର ପ୍ରମୁଖ ବାଣିଜ୍ୟ ଚୁକ୍ତିନାମା

  • ୨୦୨୧ – ଭାରତ-ମରିସସ CECPA
  • ୨୦୨୨ – ଭାରତ-UAE CEPA
  • ୨୦୨୨ – ଭାରତ-ଅଷ୍ଟ୍ରେଲିଆ ECTA
  • ୨୦୨୪ – ଭାରତ-ୟୁରୋପୀୟ EFTA
  • ୨୦୨୫ – ଭାରତ-ୟୁକେ CETA

ଏହା ବ୍ୟତୀତ, ଭାରତ ଯୁରୋପୀୟ ସଂଘ, ଶ୍ରୀଲଙ୍କା, ପେରୁ, ନ୍ୟୁଜିଲ୍ୟାଣ୍ଡ ଓ ଆମେରିକା ସହିତ ବିଭିନ୍ନ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରୁଛି।