ନୂଆଦିଲ୍ଲୀ: ୧୩ ବର୍ଷ ପରେ ପ୍ରଥମଥର ପାଇଁ ଡାକ ବିଭାଗ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଲାଗୁ କରିବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥା ୧ ଅକ୍ଟୋବର ୨୦୨୫ରୁ ଜାରି ହେବ। ସହିତେ, ଗ୍ରାହକଙ୍କୁ ଉନ୍ନତ ସୁବିଧା ମଧ୍ୟ ଦିଆଯିବ।
ନୂଆ ଦର ଅନୁସାରେ, ୫୦ ଗ୍ରାମ ପର୍ଯ୍ୟନ୍ତ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ମୂଲ୍ୟ ୧୯ ଟଙ୍କା, ଯେଉଁଥିରେ ୨୦୦ କି.ମି. ପର୍ଯ୍ୟନ୍ତ ଦୂରତା ପାଇଁ ଶୁଳ୍କ ୪୭ ଟଙ୍କା ହେବ। ୫୧ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଏବଂ ୨୫୧ ରୁ ୫୦୦ ଗ୍ରାମ ପାଇଁ ୨୮ ରୁ ୯୩ ଟଙ୍କା ଦେବାକୁ ପଡ଼ିବ।
ଶେଷଥର ୨୦୧୨ ଅକ୍ଟୋବରରେ ଏହି ସେବାର ଶୁଳ୍କ ବୃଦ୍ଧି ହୋଇଥିଲା। ପରିଚାଳନା ଖର୍ଚ୍ଚ ବଢ଼ିବା ଓ ସେବାର ଆଧୁନିକୀକରଣ ଏଥି ପଛରେ ପ୍ରଧାନ କାରଣ।
ସହିତେ ନୂଆ ସୁବିଧାରେ ରହିଛି — ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ନୋଟିଫିକେସନ୍, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଟ୍ରାକିଂ ଓ ପଞ୍ଜୀକରଣ ସୁବିଧା।