ନୂଆଦିଲ୍ଲୀ (୨୭ ଜୁନ ୨୫) – ସାଂଘାଇ ସହଯୋଗ ସଂଗଠନ (SCO)ର ବୈଠକ ସମୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିନ୍ର ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ ଜୁନଙ୍କୁ କ୍ୱିଂଡାଓରେ ସାକ୍ଷାତ କରି ବଳିଷ୍ଠ ସନ୍ଦେଶ ଦେଲେ। ସେ ଚେତାବନୀ ଦେଇକି କହିଲେ ଯେ, “ଭାରତ ଏବଂ ଚିନ୍‌ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ଅତି ଆବଶ୍ୟକ, ନୁହେଲେ ଗମ୍ଭୀର ପରିଣାମ ଦେଖିବାକୁ ପଡିପାରେ।”

ଏହି ବୈଠକ ଅବସରରେ, ଗତ ଛଅ ବର୍ଷ ଧରି ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ ବିଷୟରେ ମଧ୍ୟ ଚର୍ଚ୍ଚା ହେଲା। କୋଭିଡ ଓ ଲଦାଖ ଗାଲଭାନ ଘଟଣା ପରେ ଏହି ଯାତ୍ରା ବନ୍ଦ ହୋଇଥିଲା।

ଏହି ବୈଠକରେ ରାଜନାଥ ଏକ ମଧୁବଣୀ ପ୍ରତିଚ୍ଛବି ଚିନ୍ର ମନ୍ତ୍ରୀଙ୍କୁ ଉପହାର ଦେଇ ସଂସ୍କୃତିକ ସମ୍ପର୍କ ଉପରେ ଭି ନଜର ଦେଲେ।

ଏହି ବିଚାରବିନିମୟ ସହିତ, ଭାରତର ଆଉ ଏକ ବଳିଷ୍ଠ ପଦକ୍ଷେପ ହେଲା—SCO ଦ୍ୱାରା ପ୍ରସ୍ତୁତ ଘୋଷଣାପତ୍ରରେ ରାଜନାଥ ସିଂହ ସ୍ବାକ୍ଷର କରିବାକୁ ମନା କରିଦେଲେ। କାରଣ, ସେଥିରେ ଆତଙ୍କବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୁର୍ବଳ ଭାବରେ ଉପସ୍ଥାପିତ ହୋଇଥିଲା।

ପାକିସ୍ତାନଙ୍କୁ ଉଦ୍ଦେଶ୍ୟ କରି ସେ କହିଲେ, “ଯେଉଁ ଦେଶ ଆତଙ୍କବାଦକୁ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି, ସେମାନେ ତାର ପରିଣାମ ଭୋଗିବାକୁ ପଡିବ। SCO ମନ୍ଚ ଏପରି ଦେଶମାନଙ୍କୁ ଅବଶ୍ୟ ଉଘାଡ଼ି ଦେଖାଇବା ଉଚିତ।”