ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏକ ନୂଆ ଇତିହାସ ରଚିଛି। ପ୍ରଥମଥର ପାଇଁ ରେଳ ଧାରଣାରେ ସୌର ପ୍ୟାନେଲ୍ ବିଛାଇ ଏହାକୁ ବିଜୁଳିର ଗନ୍ତାଘରରେ ପରିଣତ କରାଯାଇଛି। ଏହା ଫଳରେ ଟ୍ରାକରୁ ସିଧାସଳଖ ବିଦ୍ୟୁତ୍ ଉତ୍ପାଦନ ହୋଇ ଟ୍ରେନ୍‌ଗୁଡ଼ିକୁ ଚାଳିତ କରିବା ସମ୍ଭବ ହେବ।

ବନାରସ ରେଳ ଇଞ୍ଜିନ କାରଖାନାରେ ପ୍ରାୟୋଗିକ ଭାବରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ରେଳ ମନ୍ତ୍ରାଳୟ ଅନୁସାରେ, ପ୍ୟାନେଲ୍ ବିଛାଇଥିବା ଟ୍ରାକରେ ପ୍ରଥମେ ଟ୍ରେନ୍ ଇଞ୍ଜିନ୍ ଧାଉଥିବା ଦୃଶ୍ୟ ଦର୍ଶାଗୋଲା। ଆଗାମୀ ଦିନରେ ଏହି ପଦ୍ଧତିକୁ ସମଗ୍ର ଦେଶରେ ଲାଗୁ କରିବାର ପ୍ରସ୍ତୁତି ଚାଲିଛି।

ଭାରତୀୟ ରେଳବାଇ ପୂର୍ବରୁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରଥମ ପ୍ରାଥମ୍ୟ ଦେଇଆସିଛି। ଏବେ ପରିବେଶ ପ୍ରତି ସଚେତନତାକୁ ମଧ୍ୟ ଗୁରୁତ୍ୱ ଦେଇ, ସବୁଜ ଶକ୍ତି ବ୍ୟବହାରକୁ ପ୍ରାଥମ୍ୟ ଦେଉଛି। ସୌର ଶକ୍ତିରେ ଟ୍ରେନ୍ ଚାଳନା ପ୍ରୟୋଗ, ରେଳବାଇଙ୍କର ଏହି ପଦକ୍ଷେପର ସବୁଠାରୁ ବଡ଼ ଉଦାହରଣ।