ନୂଆଦିଲ୍ଲୀ: ନିର୍ବିଘ୍ନ ବିମାନ ସେବା ବିଘ୍ନିତ ହେବା ପରେ ଇଣ୍ଡିଗୋର ଅବସ୍ଥା ଧିରେ-ଧିରେ ସ୍ଥିର ହେଉଛି ବୋଲି କମ୍ପାନୀର ସିଇଓ ପିଟର ଏଲବର୍ସ ଜଣାଇଛନ୍ତି। ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାରି ହୋଇଥିବା ଏକ ଭିଡିଓରେ ସେ ଇଣ୍ଡିଗୋର ବିମାନ ଚଳାଚଳ ଓ ସେବା ସମ୍ପୂର୍ଣ୍ଣ ସ୍ଥିର ହୋଇଯାଇଛି ବୋଲି ଦାବି କରିଛନ୍ତି।

ସିଇଓ ପିଟର ଏଲବର୍ସ କହିଛନ୍ତି, “ଇଣ୍ଡିଗୋ ପୁଣିଥରେ ନିଜ ଗୋଡ଼ରେ ଠିଆ ହୋଇଛି। ଉଡାଣ ସମ୍ପର୍କିତ ସମସ୍ତ ଅପରେସନ ବର୍ତ୍ତମାନ ସ୍ଥିର। ଲକ୍ଷେ ଲକ୍ଷ ଯାତ୍ରୀଙ୍କ ଟଙ୍କା ପୂରାପୂରି ଫେରସ୍ତ ହୋଇଯାଇଛି, ଏବଂ ଏହି ପ୍ରକ୍ରିୟା ପ୍ରତିଦିନ ଚାଲିଛି। ବିମାନବନ୍ଦରରେ ଅଟକିଥିବା ଅଧିକାଂଶ ବ୍ୟାଗ ଗ୍ରାହକଙ୍କ ଘରେ ପହଞ୍ଚାଇ ଦିଆଯାଇଛି। ଗତକାଲିଠାରୁ ୧୩୮ଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ ସର୍ଭିସ ପୁନର୍ବାର ଆରମ୍ଭ ହୋଇଛି।”

ସେ ଆହୁରି କହିଛନ୍ତି ଯେ ସରକାର ସହିତ ସମନ୍ୱୟରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।

କଠୋର ପଦକ୍ଷେପ: ଇଣ୍ଡିଗୋକୁ ୫% ଉଡ଼ାଣ ସୂଚୀ କମାଇବା ନିର୍ଦ୍ଦେଶ

ଇଣ୍ଡିଗୋର ଚାଲୁଥିବା ପରିସ୍ଥିତି ମଧ୍ୟରେ ବେସାମରିକ ବିମାନ ମନ୍ତ୍ରାଳୟ (DGCA) କମ୍ପାନୀ ବିରୋଧରେ କଠୋର ଅଭିମୁଖ୍ୟ ଗ୍ରହଣ କରିକି ଏହାର ଦୈନିକ ଉଡ଼ାଣ ସୂଚୀ ୫% କମାଇବାକୁ ନିଦେଶ ଦେଇଛି।

ଏହି ୫% ଉଡ଼ାଣକୁ ଅନ୍ୟ ବିମାନ କମ୍ପାନୀମାନଙ୍କୁ ଆବଣ୍ଟିତ କରାଯାଇପାରିବ, ଯାହା ଦ୍ୱାରା ଯାତ୍ରୀମାନେ ସହଜରେ ବିକଳ୍ପ ସେବା ପାଇପାରିବେ।

ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨୩୦୦ଟି ଫ୍ଲାଇଟ୍ ସଞ୍ଚାଳନ କରେ।

୫% ହିସାବରେ ୧୧୦–୧୧୫ ଫ୍ଲାଇଟ୍ ଅନ୍ୟ ବିମାନ କମ୍ପାନୀଙ୍କୁ ଯାଇପାରିବ।

ସେୟାର ମାର୍କେଟରେ ପ୍ରଭାବ

DGCA ନିଷ୍ପତ୍ତି ପରେ ଇଣ୍ଡିଗୋର ସେୟାର ମୂଲ୍ୟ ହ୍ରାସ ପାଇଛି,

ଯେତେବେଳେ ସ୍ପାଇସଜେଟ୍ ସହିତ ଅନ୍ୟ କିଛି ବିମାନ କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ଲକ୍ଷ୍ୟ କରାଯାଇଛି।