ଇନ୍ଦୋର, ୧୧ ଜୁନ: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତା ଓ ମୃତକଙ୍କ ପତ୍ନୀ ସୋନମ ରଘୁବଂଶୀ ନିଜ ଦୋଷ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ତଦନ୍ତରେ ଜଣାପଡ଼ିଛି ଯେ, ଏହି ମର୍ମନ୍ତୁଦ ହତ୍ୟା ପଛରେ ସୋନମଙ୍କ ଭାଇ ଜିତେନ୍ଦ୍ର ରଘୁବଂଶୀ ମଧ୍ୟ ଅଛନ୍ତି।

ପୁଲିସ ସୂତ୍ର ଅନୁଯାୟୀ, ଜିତେନ୍ଦ୍ର ଗତ ମାସରେ ଏକ ହିଟମ୍ୟାନ ଟିମ୍‌– ଆକାଶ ରାଜପୁତ, ବିଶାଲ ସିଂହ ଚୌହାନ ଓ ଆନନ୍ଦ କୁର୍ମୀଙ୍କୁ ଟଙ୍କା ଦେଇ ରାଜାଙ୍କ ହତ୍ୟା ଯୋଜନାରେ ସାହାଯ‍୍ୟ କରିଥିଲେ। ଏହି ସୁପାରୀ ରକମର ପ୍ରଥମ କିସ୍ତି ଦେବା ପାଇଁ ଜିତେନ୍ଦ୍ରଙ୍କ ୟୁପିଆଇ ଆକାଉଣ୍ଟ ବ୍ୟବହୃତ ହୋଇଥିଲା ବୋଲି ପୁଲିସ ଜଣାଇଛି।

ହତ୍ୟା ଘଟିଥିଲା ମେ’ ୨୩ ତାରିଖରେ, ଏବଂ ସେହି ଦିନ ସୋନମ ଏହି ହିଟମ୍ୟାନମାନୋଙ୍କୁ ଟଙ୍କା ଦେବା ନିମିତ୍ତେ ଜିତେନ୍ଦ୍ରଙ୍କ ବ୍ୟାଙ୍କ ଖାତା ବ୍ୟବହାର କରିଥିବା ପ୍ରମାଣ ମିଳିଛି। ଏଥିପାଇଁ ଏବେ ଜିତେନ୍ଦ୍ର ମଧ୍ୟ ପୁଲିସର ରାଡାରରେ ଅଛନ୍ତି। ସେ ବ୍ୟବସାୟ ସହ ଜଡିତ ଥିଲେ ଓ ତାହାର ଦେଖାଶୁଣା ସୋନମ କରୁଥିଲେ। ତେବେ ଏହି ଟଙ୍କା ଦେବା ପଛରେ ତାଙ୍କ ହାତ ଅଛି ନା ନାହି ତାହା ବିଷୟରେ ତଦନ୍ତ ଜାରି ରହିଛି।

ଏପର୍ଯ୍ୟନ୍ତ ମାମଲା ସହିତ ସଂପୃକ୍ତ ପାଞ୍ଚ ଜଣ ଗିରଫ ହୋଇଛନ୍ତି ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ଖୋଜ ଜାରି ଅଛି।