ତେହେରାନ/ତେଲ୍‌ ଅଭିଭ୍‌,୬/୪: ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧ ଦିନକୁ ଦିନ ଭୟାବହ ରୂପ ନେଉଛି। ଯୁଦ୍ଧର ୩୮ତମ ଦିନରେ United StatesIsrael ମିଳିତ ଭାବେ Iran ର ରାଜଧାନୀ Tehran ସହ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକୁ ଲକ୍ଷ୍ୟ କରି ଭୟାବହ ବିମାନ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଶୀର୍ଷ ବିଶ୍ୱବିଦ୍ୟାଳୟ ଓ ଜନବସତି ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ କମ୍ ସେ କମ୍ ୩୪ ଜଣଙ୍କର ମୃତ୍ୟୁ ହୋଇଛି।

ତେହେରାନ ପ୍ରଦେଶର ବାହାରେସ୍ତାନ ଅଞ୍ଚଳରେ ୬ ଶିଶୁ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। Qom ସହରରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଦକ୍ଷିଣ ଇରାନର ବନ୍ଦର ଅଞ୍ଚଳରେ ଆଉ ୬ ଜଣ ନିହତ ହୋଇଛନ୍ତି।

ଏହି ଆକ୍ରମଣ ସମୟରେ Sharif University of Technology ଓ ଏକ ଗ୍ୟାସ୍‌ ସଂସ୍ଥାନକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ଜଣାପଡ଼ିଛି। ଇରାନ ସରକାରଙ୍କ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୩୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ ହୋଇଛି।

ଏହି ଆକ୍ରମଣରେ Islamic Revolutionary Guard Corps (ଆଇଆରଜିସି) ର ଗୁଇନ୍ଦା ବିଭାଗ ମୁଖ୍ୟ ମେଜର ଜେନେରାଲ Majid Khademi ନିହତ ହୋଇଥିବା ସୂଚନା ମିଳିଛି। ଏହା ଇରାନ ପାଇଁ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି।

ଏପରିସ୍ଥିତିରେ Donald Trump ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଚେତାବନୀ ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ନ ହେଲେ ଆଉ ବଡ଼ ଆକ୍ରମଣ ହେବ ବୋଲି ସେ ସତର୍କ କରିଥିଲେ।

ଏପଟେ Iran ମଧ୍ୟ ପ୍ରତିଆକ୍ରମଣ କରି Haifa ସହ ଇସ୍ରାଏଲର କିଛି ଅଞ୍ଚଳକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି।

ଏହା ସହିତ ସାଉଥ୍ ପାର୍ସ ପେଟ୍ରୋକେମିକାଲ ପ୍ଲାଣ୍ଟ୍‌ ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିଥିବା ଦାବି କରିଛି। ଏହି ପ୍ଲାଣ୍ଟ୍‌ ଦେଶର ପ୍ରାୟ ୫୦ ପ୍ରତିଶତ ପେଟ୍ରୋକେମିକାଲ ଉତ୍ପାଦନ କରୁଥିବାରୁ ଏହାକୁ ରଣନୀତିକ ଟାର୍ଗେଟ୍‌ ଭାବେ ଦେଖାଯାଉଛି।

ଅନ୍ୟପଟେ ଇରାନ ସ୍ପଷ୍ଟ କରିଛି ଯେ, କୌଣସି ଧମକକୁ ସେ ଗୁରୁତ୍ୱ ଦେଉନାହିଁ ଏବଂ ଦେଶର ଭିତ୍ତିଭୂମି ଉପରେ ଆକ୍ରମଣ ହେଲେ କଠୋର ପ୍ରତିକ୍ରିୟା ଦିଆଯିବ। ହର୍ମୁଜ ପ୍ରଣାଳୀକୁ ନେଇ କୌଣସି ଚାପରେ ଆସିବାକୁ ଇରାନ ପ୍ରସ୍ତୁତ ନୁହେଁ ବୋଲି ସରକାର କହିଛି।

ସମଗ୍ର ପରିସ୍ଥିତି ଦୃଷ୍ଟିରେ ପଶ୍ଚିମ ଏସିଆରେ ଯୁଦ୍ଧ ଆହୁରି ତୀବ୍ର ହେବାର ଆଶଙ୍କା ବଢ଼ିଛି।