ନୂଆଦିଲ୍ଲୀ (୧୮ ଜୁଲାଇ): ଆୟକର ଦେବା ବିଷୟରେ ବେତନଭୋଗୀ କରଦାତାମାନେ ଏବେ ଆହୁରି ସହଜତା ଅନୁଭବ କରିପାରିବେ, କାରଣ ଆୟକର ବିଭାଗ ITR-2 ଫର୍ମକୁ ଅନଲାଇନ ଫାଇଲିଂ ପାଇଁ ଉପଲବ୍ଧ କରାଇଛି। ଏହା ଆଜି ୧୮ ଜୁଲାଇ ୨୦୨୫ ରୁ ଆରମ୍ଭ ହୋଇଛି।
ଏହି ସୁବିଧାରୁ ସେମାନେ ଲାଭ ଉଠାଇପାରିବେ, ଯେଉଁମାନଙ୍କ ପାଖରେ ବେତନ ସହିତ ଶେୟର ଲାଭ, କ୍ରିପ୍ଟୋକରେନ୍ସି ଆୟ ବା ଅନ୍ୟ ରୂପର ଅତିରିକ୍ତ ଆୟ ଅଛି। ତେବେ, କରଦାତାମାନେ incometax.gov.in ବେବସାଇଟ ମାଧ୍ୟମରେ ଏହି ଫର୍ମ ଅନଲାଇନରେ ଭରି ଦାଖଲ କରିପାରିବେ।
ଆୟକର ବିଭାଗ ତାଙ୍କର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛି ଯେ, ବର୍ତ୍ତମାନ ITR-2 ଫର୍ମ ପୂର୍ବରୁ ଅପ୍ଲୋଡ୍ ହୋଇଥିବା ଆଧାର ତଥ୍ୟ ସହିତ ଅନଲାଇନରେ ପୂରଣ ହେବାକୁ ଉପଲବ୍ଧ ଅଛି।
ଶେଷ ତାରିଖ: ଆର୍ଥିକ ବର୍ଷ ୨୦୨୪-୨୫ ଓ ମୂଲ୍ୟାୟନ ବର୍ଷ ୨୦୨୫-୨୬ ପାଇଁ ITR ଫାଇଲ କରିବାର ସେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୫ ରଖାଯାଇଛି।
ପୂର୍ବରୁ କେବଳ ITR-1 ଓ ITR-4 ଅନଲାଇନ ଓ Excel ୟୁଟିଲିଟି ମାଧ୍ୟମରେ ଉପଲବ୍ଧ ଥିଲା, ଯାହା ସୀମିତ ଆୟ ଥିବା ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଥିଲା। ବର୍ତ୍ତମାନ ITR-3 ପାଇଁ Excel ୟୁଟିଲିଟି ମାନ୍ୟ ମିଳୁଛି, ଏବଂ ଏହାର ଅନଲାଇନ ସୁବିଧା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।





