ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଭୟଙ୍କର ତାଣ୍ଡବ ରଚିଛି। କିସ୍ତୱାଡ ପରେ ଡୋଡା ଜିଲ୍ଲାରେ ଭାରି ବର୍ଷାରୁ ବ୍ୟାପକ ବନ୍ୟା ଓ ଭୂସ୍ଖଳନ ହେବାରୁ ବହୁତ ଘର ଧ୍ୱଂସ ହୋଇଗଲା। ପ୍ରାଥମିକ ସୂଚନା ଅନୁସାରେ, ୯ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ପ୍ରମୁଖ କ୍ଷୟକ୍ଷତି

  • ଡୋଡା: ଘର ଭୁଶୁଡ଼ି ପଡ଼ିବାରେ ୨ ଜଣ ଓ ଆକସ୍ମିକ ବନ୍ୟାରେ ୨ ଜଣଙ୍କ ମୃତ୍ୟୁ।
  • ଅର୍ଧକୱାରୀ (ବୈଷ୍ଣୋଦେବୀ ନିକଟେ): ବଡ଼ ଭୂସ୍ଖଳନରେ ଅନେକଙ୍କ ପ୍ରାଣହାନି।
  • ମୋଟ ମୃତ୍ୟୁ: ୯ଜଣ (ନିଖୋଜଙ୍କ ସନ୍ଦାନ ଚାଲିଛି)।

ପରିସ୍ଥିତି

  • ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି; କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାସିନ୍ଦାଙ୍କୁ ସତର୍କ କରାଯାଇଛି।
  • ରାମବନ ଜିଲ୍ଲାରେ: ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ।
  • ସିନ୍ଥନ ଟପ୍ ପାସ୍: କିସ୍ତୱାର ସହିତ ସଂଯୋଗ ବନ୍ଦ।
  • ଜୋଜିଲା ପାସ୍: ପ୍ରବଳ ତୁଷାରପାତରୁ ଯାତାୟତ ବାଧାଗ୍ରସ୍ତ।

ରେଲ୍ ସେବା ପ୍ରଭାବିତ

ବିପର୍ଯ୍ୟୟ ପରିସ୍ଥିତିରେ ବନ୍ଦେ ଭାରତ ଏକ୍ସପ୍ରେସ୍, ଶ୍ରୀ ଶକ୍ତି ଏକ୍ସପ୍ରେସ୍ ଓ ହେମକୁଣ୍ଟ ଏକ୍ସପ୍ରେସ୍ ସହିତ କଟରା ଯିବା-ଆସିବା କରୁଥିବା ଅନେକ ଟ୍ରେନ୍ ବାତିଲ କରାଯାଇଛି।