ନୂଆଦିଲ୍ଲୀ: ଜଣେ ନାଗରିକ ତାଙ୍କ ଦେଶ ପାଇଁ ଗର୍ବ କରେ, କିନ୍ତୁ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ଅର୍ଥ ଲୋଭରେ ଦେଶ ବିରୋଧରେ ଗୁପ୍ତ ସୂଚନା ଶତ୍ରୁ ଦେଶ ପାଇଁ ଫାସ କରିଦିଅନ୍ତି। ଏମିତି ଦେଶଦ୍ରୋହୀ ମାନେ ଭାରତର ଆନ୍ତରିକ ସୁରକ୍ଷା ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛନ୍ତି। ସାଂପ୍ରତିକ ଉଦାହରଣ ଭାବେ, ଜ୍ୟୋତି ମଲହୋତ୍ରା ସମେତ ୧୧ ଜଣଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରତା କରିବା ଅଭିଯୋଗରେ ଗିରଫ କରାଯାଇଛି। ଏମାନେ ଦୋଷୀ ସାବ୍ୟସ୍ତ ହେଲେ କଠୋର ଦଣ୍ଡ ମିଳିପାରେ।

ନଜର ଦିଅନ୍ତୁ, ଏମାନଙ୍କ ଉପରେ କେଉଁ କେଉଁ ଧାରା ଲାଗିପାରେ ଏବଂ ସେଥିରେ କଣ ପ୍ରକାର ଦଣ୍ଡ ଦିଆଯାଏ:

🔴 ଧାରା ୧୫୨ (BNS)ଦେଶଦ୍ରୋହ ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟ

  • ଦଣ୍ଡ: ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଓ ଜରିମାନା

🔴 ଧାରା ୧୪୭ (BNS)ଦେଶ ବିରୋଧରେ ଯୁଦ୍ଧ କିମ୍ବା ଗୁପ୍ତଚରତା

  • ଦଣ୍ଡ: ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଓ ଜରିମାନା

🔴 ଧାରା ୧୪୮ (BNS)ଗୁପ୍ତଚର ଭାବେ ଷଡ଼ଯନ୍ତ୍ରରେ ଲିପ୍ତ ଥିବା

  • ଦଣ୍ଡ: ୭ ବର୍ଷ ଯାଏଁ କିମ୍ବା ଆଜୀବନ କାରାଦଣ୍ଡ ଓ ଜରିମାନା

🔴 ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ୧୯୨୩

  • ଧାରା ୩: ସୈନ୍ୟ ସମ୍ପର୍କିତ ଗୁପ୍ତତଥ୍ୟ ଦେଲେ – ୧୪ ବର୍ଷ ଯାଏଁ ଜେଲ
  • ଧାରା ୪: ଶତ୍ରୁ ଦେଶ ସହ ସଂଯୋଗ ରଖି ଗୁପ୍ତତଥ୍ୟ ଦେଲେ – ୨ ବର୍ଷ ଯାଏଁ ଜେଲ
  • ଧାରା ୫: ଗୋପନୀୟ ତଥ୍ୟ ଅନଧିକୃତ ଭାବେ ହାସଲ କଲେ – ୩ ବର୍ଷ ଯାଏଁ ଜେଲ ବା ଜରିମାନା

🔴 UAPA (Unlawful Activities Prevention Act) – ଯଦି ଗୁପ୍ତଚର ଆତଙ୍କବାଦୀ ଗତିବିଧି ସହ ଜଡିତ ଅଟନ୍ତି:

  • ଦଣ୍ଡ: ୭ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ, ଅନ୍ୟ ମାମଲାରେ ମୃତ୍ୟୁଦଣ୍ଡ

ଭାରତ ଶତ୍ରୁ ଦେଶ ପାଇଁ ଗୁପ୍ତଚରତା କରୁଥିବା ବ୍ୟକ୍ତିଙ୍କୁ କୌଣସି ଭଳି ଛାଡ଼ ନାହିଁ। ଏହିପରି ଦେଶଦ୍ରୋହୀ କାର୍ଯ୍ୟ ପାଇଁ ଆଇନ ବହୁତ କଠୋର ଓ ଅପରାଧୀଙ୍କୁ ଆଜୀବନ କିମ୍ବା ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ହୋଇପାରେ।