କୋଲକାତା: ଜନ୍ମଦିନ ପାଳନର ନାମରେ କୋଲକାତାରେ ଘଟିଛି ଅତ୍ୟନ୍ତ ଜଘନ୍ୟ କାଣ୍ଡ। ୨୦ ବର୍ଷୀୟ ଜଣେ ଛାତ୍ରୀଙ୍କୁ ତାଙ୍କ ଦୁଇ ସାଙ୍ଗ— ଚନ୍ଦନ ମଲ୍ଲିକ ଏବଂ ଦୀପ ବିଶ୍ୱାସ—  କେକ୍ କାଟିବା ବାହାନାରେ ଫ୍ଲାଟକୁ ଡାକି ସାରା ରାତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଉଠିଛି।

ଘଟଣା ହରିଦେବପୁର ଅଞ୍ଚଳର। ସେପ୍ଟେମ୍ବର ୫ ତାରିଖ ଯୁବତୀଙ୍କ ଜନ୍ମଦିନ ଥିଲା। ସାଙ୍ଗମାନେ ରିଗେଣ୍ଟ ପାର୍କ ଅଞ୍ଚଳର ଗୋଟିଏ ଫ୍ଲାଟରେ ପାର୍ଟିର ବ୍ୟବସ୍ଥା କରିଥିଲେ। ମିଳିତାଣି ଖାଇବା ଓ ମୃଦୁ ପାନୀୟ ପିଇବା ପରେ, ଯୁବତୀ ବାହାରିବାକୁ ଚାହିବା ସମୟରେ କବାଟ ଦେଇଦିଆଯାଇଥିଲା। ଅଭିଯୋଗ ହେଉଛି— ପାନୀୟରେ ନିଶା ମିଶାଇ, ଯୁବତୀଙ୍କୁ ଲକ୍ଷ୍ୟ କରି ବାରମ୍ବାର ଦୁଷ୍କର୍ମ କରାଯାଇଥିଲା।

ସାରା ରାତି ଯନ୍ତ୍ରଣାଭୋଗ ପରେ, ପରବର୍ତ୍ତୀ ଦିନ ସକାଳ ୧୦ଟା ପର୍ଯ୍ୟନ୍ତେ ଯୁବତୀ କେମିତିବି ଫ୍ଲାଟରୁ ପଳାଇ ଘରକୁ ଆସିଥିଲେ ଏବଂ ପରିବାରକୁ ସବୁକିଛି କହିଥିଲେ। ପରେ ପରିବାର ପୋଲିସରେ ଅଭିଯୋଗ କରିଛନ୍ତି। କିନ୍ତୁ ଦୁଇ ଅଭିଯୁକ୍ତ ଏବେପର୍ଯ୍ୟନ୍ତ ଫେରାର ଅଛନ୍ତି।

ସୂଚନାମିଳିଛି ଯେ, ଚନ୍ଦନ ମଲ୍ଲିକ ଦକ୍ଷିଣ କୋଲକାତାର ଏକ ପ୍ରସିଦ୍ଧ ଦୁର୍ଗାପୂଜା କମିଟିର ସଦସ୍ୟ। ସେ ଏବଂ ତାଙ୍କ ସାଙ୍ଗ ଦୀପ, ଯୁବତୀଙ୍କୁ କମିଟିରେ ସାମିଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବନ୍ଧୁତାର ଆଡରେ ସେମାନେ ଏଭଳି ନୃଶଂସ କାଣ୍ଡ କରିବେ ବୋଲି କିଏ ଭାବିଥିଲା?