ନୂଆଦିଲ୍ଲୀ, 16 ଅଗଷ୍ଟ: ଭାରତୀୟ ଜୀବନ ବୀମା ନିଗମ (LIC) 2025 ପାଇଁ ବଡ଼ ପରିମାଣରେ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ସହକାରୀ ପ୍ରଶାସନିକ ଅଧିକାରୀ (AAO) ଏବଂ ସହକାରୀ ଇଞ୍ଜିନିୟର (AE) ପଦବୀ ପାଇଁ ମୋଟ 841ଟି ଖାଲି ପଦ ରହିଛି। ଆବେଦନ ପ୍ରକ୍ରିୟା 16 ଅଗଷ୍ଟରୁ ଆରମ୍ଭ ହୋଇ 8 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ପ୍ରାର୍ଥୀମାନେ LICର ସରକାରୀ ୱେବସାଇଟ licindia.in ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ବିବରଣୀ:

  • ସହକାରୀ ଇଞ୍ଜିନିୟର (AE): 81
  • ସହକାରୀ ପ୍ରଶାସନିକ ଅଧିକାରୀ (ବିଶେଷଜ୍ଞ): 410
  • ସହକାରୀ ପ୍ରଶାସନିକ ଅଧିକାରୀ (ସାଧାରଣ): 350

ଯୋଗ୍ୟତା:

  • କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧିତ ବିଷୟରେ ସ୍ନାତକ।
  • ବୟସ ସୀମା: 21 ରୁ 30 ବର୍ଷ।
  • OBC ପ୍ରାର୍ଥୀଙ୍କ ପାଇଁ 3 ବର୍ଷ ଏବଂ SC/ST ପ୍ରାର୍ଥୀଙ୍କ ପାଇଁ 5 ବର୍ଷର ବୟସ ଛାଡ଼।
  • ବୟସ ଗଣନା: 1 ଅଗଷ୍ଟ 2025 ଆଧାରରେ।

ଆବେଦନ ଶୁଳ୍କ:

  • SC/ST ଏବଂ PwD ପ୍ରାର୍ଥୀ: ₹85
  • ଅନ୍ୟାନ୍ୟ ପ୍ରାର୍ଥୀ: ₹700

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ସାକ୍ଷାତକାର

ଅଧିକ ସୂଚନା ପାଇଁ LICର ବିଜ୍ଞପ୍ତି ଦେଖିବାକୁ ପରାମର୍ଶ ଦିଆଯାଇଛି।