ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଢଚିରୋଲୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଏକେ-୪୭ ବନ୍ଧୁକ, ପିସ୍ତଲ ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ, ଆଜି ସିଆରପିଏଫ ଯବାନ ଓ ପୋଲିସ ଟିମ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜାମ୍ବିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ସେଥିରେ ନକ୍ସଲମାନେ ପୋଲିସକୁ ଦେଖି ଆଖିବୁଜା ଗୁଳିଚାଳନା କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ପ୍ରତିଗୁଳି ଚଳାଇବାରେ ଏହି ଦୁଇ ମହିଳା ନକ୍ସଲ ଟଳିପଡିଥିଲେ।
ଘଟଣା ପରେ ନକ୍ସଲମାନେ ଜଙ୍ଗଲ ଛାଡି ପଳାଇଥିବାବେଳେ, ସୁରକ୍ଷାକର୍ମୀମାନେ ବହୁ ପରିମାଣରେ ଅସ୍ତ୍ର-ଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ନିହତ ମାଓବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବାବେଳେ, ଅଞ୍ଚଳରେ ପୋଲିସର କମ୍ବିଙ୍ଗ ଅପରେସନ ଜାରି ରହିଛି।