ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଆସାମ ରାଇଫଲ୍ସର ଗାଡ଼ି ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ହୋଇ ୨ ଯବାନ ସହିଦ ଓ ୩ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଟାଟା ୪୦୭ ମିନିବସରେ ୩୩ ଯବାନ ଯାଉଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀମାନେ ହଠାତ୍ ଆକ୍ରମଣ କରିଥିଲେ।
ଆହତ ଯବାନମାନଙ୍କୁ ତତ୍କାଳ ନିକଟସ୍ଥ ହସପିଟାଲକୁ ଭର୍ତ୍ତି କରାଯାଇଛି। ଘଟଣା ପରେ ସୁରକ୍ଷା ବଳ ପକ୍ଷରୁ ଏଲାକାରେ ତୀବ୍ର କମ୍ବିଙ୍ଗ୍ ଅପରେସନ ଆରମ୍ଭ ହୋଇଛି।
ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ୍ ସିଂ ଏହି ଆକ୍ରମଣକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ‘ଏକ୍ସ’ (Twitter) ରେ ଲେଖିଛନ୍ତି – “ନାମ୍ବଲ ସବଲ ଲେଇକାଇରେ ଘଟିଥିବା ଆକ୍ରମଣରେ ୨ ଯବାନଙ୍କ ସହାଦତରେ ମୁଁ ବିଷଣ୍ଣ। ସହିଦ ଯବାନମାନଙ୍କ ପରିବାରଙ୍କୁ ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରୁଛି। ଏହି ନିନ୍ଦନୀୟ କାଣ୍ଡରେ ଜଡିତମାନଙ୍କୁ କଠୋର ଶାସ୍ତି ଦିଆଯିବ।”