ନୂଆଦିଲ୍ଲୀ: ଦେଶର ଗାଡ଼ି ଚାଳକମାନଙ୍କ ପାଇଁ ଏକ ସୁଖବର। ଏଣିକି ପେଟ୍ରୋଲ ପମ୍ପରେ ମାରୁତି ସୁଜୁକି ଇଣ୍ଡିଆର ସର୍ଭିସ ସେଣ୍ଟର ସ୍ଥାପନ ହେବ। ଏହି ଉଦ୍ଦେଶ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।
ଚୁକ୍ତି ଅନୁଯାୟୀ, ଦେଶର ବଛାବଛା ପେଟ୍ରୋଲ ପମ୍ପଗୁଡ଼ିକରେ ମାରୁତି ସୁଜୁକିର ସର୍ଭିସ ସେଣ୍ଟର ଖୋଲାଯିବ। ଏଠାରେ କାର୍ ଗ୍ରାହକମାନେ ନିୟମିତ ରକ୍ଷଣାବେକ୍ଷଣ, ଛୋଟକାଟିଆ ମରାମତି ସହିତ ସହ ପ୍ରମୁଖ ସର୍ଭିସ ସୁବିଧା ମଧ୍ୟ ପାଇପାରିବେ।
ବର୍ତ୍ତମାନ ସାରା ଦେଶରେ ଆଇଓସିଏଲ୍ର ୪୧ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ଅନ୍ୟପକ୍ଷରେ, ମାରୁତି ସୁଜୁକି ଇଣ୍ଡିଆର ୨,୮୮୨ଟି ସହରରେ ୫,୭୮୦ଟି ସର୍ଭିସ ଷ୍ଟେସନ କାର୍ଯ୍ୟରତ ଅଛି।
ପେଟ୍ରୋଲ ପମ୍ପରେ ସର୍ଭିସ ସେଣ୍ଟର ଆରମ୍ଭ ହେବା ଫଳରେ ଗାଡ଼ି ମାଲିକମାନଙ୍କ ପାଇଁ ବିକ୍ରି ପରବର୍ତ୍ତୀ ସେବା ଅଧିକ ସହଜ ଓ ସୁଲଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।





