ନୂଆଦିଲ୍ଲୀ: ଦେଶରେ ଡାକ୍ତର ଅଭାବ ଦୂର କରିବା ଓ ସରକାରୀ ହସ୍ପିଟାଲରେ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ୫୦୨୩ଟି ନୂତନ ଏମବିବିଏସ ସିଟ୍ ଏବଂ ପ୍ରାୟ ୫,୦୦୦ଟି ପିଜି ସିଟ୍ ବୃଦ୍ଧିକୁ ଅନୁମୋଦନ କରିଛି।
ଏହା ସହିତ ଦେଶର ମେଡିକାଲ କଲେଜ ଓ ପିଜି ସଂସ୍ଥାନଗୁଡ଼ିକୁ ଅଧିକ ସୁଦୃଢ଼ ଏବଂ ଅତ୍ୟାଧୁନିକ କରିବା ପାଇଁ ରୋଡ୍ମ୍ୟାପ୍ ତିଆରି ହୋଇଛି। ସରକାରୀ ଅନୁମାନ ଅନୁଯାୟୀ, ଏକୋଟିଆ ମେଡିକାଲ ସିଟ୍ରେ ପ୍ରାୟ ୧.୫ କୋଟି ଟଙ୍କା ବ୍ୟୟ ହେବ।
ଏହି ପଦକ୍ଷେପର ମୋଟ ଆର୍ଥିକ ପ୍ରଭାବ ୨୦୨୫-୨୦୨୯ ସମୟସୀମାରେ ୧୫,୦୩୪.୫୦ କୋଟି ଟଙ୍କା ହେବ। ଏହାକୁ ଡାକ୍ତରୀ ଶିକ୍ଷାକ୍ଷେତ୍ରରେ ଏକ ମାଇଲସ୍ଟୋନ୍ ବୋଲି ଧରାଯାଉଛି।
ବର୍ତ୍ତମାନ ଭାରତରେ ୮୦୮ଟି ମେଡିକାଲ କଲେଜ ଅଛି, ଯେଉଁଥିରେ ୧,୨୩,୭୦୦ଟି ଏମବିବିଏସ ସିଟ୍ ଅଛି। ପଛଲା ୧୦ ବର୍ଷରେ ୬୯,୩୫୨ଟି ନୂତନ ଏମବିବିଏସ ଏବଂ ୪୩,୦୪୧ଟି ପିଜି ସିଟ୍ ଯୋଡାଯାଇଥିବା ତଥ୍ୟ ମଧ୍ୟ ସରକାର ପକ୍ଷରୁ ଦିଆଯାଇଛି।