ଭୁବନେଶ୍ୱର, ୧୧ ଜୁଲାଇ: ଶନିବାର ଦିନ ଦେଶବ୍ୟାପୀ ଭାବେ ୧୬ତମ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଅଧିକ ନେଇ ୫୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ।

ଓଡ଼ିଶାରୁ ୨୦୦ ଯୁବକ ହେବେ ଲାଭାନ୍ବିତ:

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥିବା ପୂର୍ବତଟ ରେଳପଥ ରେଳ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶାରୁ ୨୦୦ ଆଶାୟୀଙ୍କୁ ଏଥିରେ ନିଯୁକ୍ତିପତ୍ର ମିଳିବ ବୋଲି ଅଧିକାରିକ ସୂଚନା ମିଳିଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ନିଶ୍ଚିତ:

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ। ସେହିପରି ପୂର୍ବତଟ ରେଳପଥର ବିଶାଖାପାଟଣା ଏବଂ ସମ୍ବଲପୁର ଡିଭିଜନରେ ମଧ୍ୟ ଏକେଇପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତି ସୁଯୋଗ:

ନବନିଯୁକ୍ତମାନେ ମୁଖ୍ୟତଃ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆର୍ଥିକ ସେବା, ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ କେନ୍ଦ୍ରୀୟ ବିଭାଗରେ ନିଯୁକ୍ତି ମିଳିବ। ଏହି ରୋଜଗାର ମେଳା ମାଧ୍ୟମରେ ଯୁବଶକ୍ତିକୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନିଆଯାଇଛି।