ନୂଆଦିଲ୍ଲୀ: ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ ଏଯାଁକି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁପାରିଛି। ଆଣ୍ଡାମାନ ସାଗରରେ ପାଦ ଥାପିବା ପରେ, ଏହି ବାୟୁ ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପ ଏବଂ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଅଗ୍ରଗତି କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।
IMD ପୂର୍ବାନୁମାନ ଅନୁସାରେ, ଏଥର ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଠାରୁ ଅଗ୍ରେ ଆସିଛି। ପୂର୍ବରୁ ଆକଳନ କରାଯାଇଥିଲା ଯେ ମେ’ ୧୩ ରେ ଆଣ୍ଡାମାନ ଅଞ୍ଚଳରେ ପହଞ୍ଚିବ, ଯାହା ସଠିକ୍ ସାବ୍ୟସ୍ତ ହୋଇଛି।
ଏହି ବାୟୁର ଅଗ୍ରଗତି ଅନୁସାରେ ମେ’ ୨୭ ରେ ଏହା କେରଳ ରାଜ୍ୟକୁ ଛୁଇଁପାରେ ବୋଲି ଆଶା କରାଯାଉଛି। ଏହା ଭାରତରେ ବର୍ଷା ଋତୁର ଆରମ୍ଭ ସୂଚକ ଘଟଣା ହିସାବରେ ଗଣାଯାଏ।