ନବରଙ୍ଗପୁର: ୨୦୨୩ରେ ଘଟିଥିବା ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ମାମଲାରେ, ଅଭିଯୁକ୍ତା ଆଶାକର୍ମୀ ପଦ୍ମା ରଂଜିକାର ଓ ତାଙ୍କ ସ୍ବାମୀ ଲେଲିୟା ରଂଜିକାରଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି ଅତିରିକ୍ତ ଜିଲ୍ଲାଦୌରାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର। ଜରିମାନା ଅନାଦାୟରେ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ। ତୃତୀୟ ଅଭିଯୁକ୍ତ ଭାନୁ ମହୁରିଆଙ୍କୁ ନିର୍ଦୋଷ ସାବ୍ୟସ୍ତ କରି କୋର୍ଟ ମୁକ୍ତ କରିଛି।
📌 ମାମଲାର ପୃଷ୍ଠଭୂମି
2023 ଫେବୃଆରୀ 28ରେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା ପାଇଁ ନବରଙ୍ଗପୁର ନେବା ନାମରେ, ପଦ୍ମା ଓ ତାଙ୍କ ସ୍ବାମୀ ଲେଲିୟା ଫସାଇଥିଲେ। ପରେ ନବରଙ୍ଗପୁରର ଏକ ଘରକୁ ନେଇ, ଲେଲିୟା ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ପଦ୍ମା ମୋବାଇଲରେ ଏହାର ଭିଡିଓ ଧାରଣ କରିଥିଲେ।
ଏହି ଭିଡିଓକୁ ପରେ ଲେଲିୟା ଭାଇରାଲ କରି ଭାନୁ ମହୁରିଆଙ୍କୁ ପଠାଇଥିଲେ, ଯିଏ ଏହାକୁ ପିଡିତାଙ୍କ ସ୍ବାମୀଙ୍କୁ ଦେଖାଇଥିଲେ। ଅପମାନ ଓ ଭୟରେ ପିଡିତା 11 ମାର୍ଚ୍ଚରେ ଆତ୍ମହତ୍ୟାରେ ପ୍ରୟାସ କରିଥିଲେ, କିନ୍ତୁ ପରିବାର ସମୟରେ ରକ୍ଷା କରିଥିଲା।
📌 ପୁଲିସ ଓ ବିଚାର
ପରିବାରର ଅଭିଯୋଗ ପରେ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲା। ମାମଲାରେ ପ୍ରସିକ୍ୟୁସନ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସଚ୍ଚିନନ୍ଦନ ସ୍ୱାଇଁ ଓ ସନ୍ତୋଷ କୁମାର ମିଶ୍ର ପକ୍ଷାଲୋଚନା କରିଥିଲେ।
📌 କୋର୍ଟର ନିର୍ଦ୍ଦେଶ
ମାମଲାର ଗୁରୁତ୍ୱ ଦେଖି, ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପିଡିତାଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି।