ନୂଆଦିଲ୍ଲୀ: “ଆମେ ଆଶଙ୍କା କରୁଥିବା ପରବର୍ତ୍ତୀ ଯୁଦ୍ଧ ଖୁବ୍ଶୀଘ୍ର ହୋଇପାରେ, ଏବଂ ଏଥର ଆମକୁ ଏକାଠି ଲଢ଼ିବାକୁ ପଡିବ” — ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ଚାଞ୍ଚଲ୍ୟକର ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ପହଲଗାମ ଆକ୍ରମଣ ପରେ ସରକାର ତିନି ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ। ୨୩ ଏପ୍ରିଲରେ ହୋଇଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଥିଲେ — “ବହୁତ ହୋଇଗଲା, ଏଥର କିଛି କରିବାକୁ ହେବ”। ତିନି ସେନା ଏଥିରେ ସହମତି ପ୍ରକାଶ କରିଥିଲେ।
ଜେନେରାଲ ଦ୍ୱିବେଦୀ ଆଇଆଇଟି ମାଡ୍ରାସରେ ଅପରେସନ “ସିନ୍ଦୁର” ବିଷୟରେ ଭାଷଣ ଦେଇଥିଲେ। ସେ ସ୍ମରଣ କରାଇଥିଲେ ଯେ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ, ଯାହା ସମଗ୍ର ଦେଶକୁ ଉତ୍କଣ୍ଠିତ କରିଦେଇଥିଲା।