ନୂଆଦିଲ୍ଲୀ, ୫ ଜୁଲାଇ: ବୃହତ୍ ଠକେଇ ମାମଲାରେ ଭାରତକୁ ବଡ଼ ସଫଳତା ମିଳିଛି। ପିଏନବି ଠକେଇ ଘଟଣାରେ ନୀରବ ମୋଦୀଙ୍କ ଭାଇ ନେହଲ ମୋଦୀକୁ ଆମେରିକାରେ ଗିରଫ କରାଯାଇଛି। ଏହି ଘଟଣା ୨.୬ ନିୟୁତ ଡଲାରରୁ ଅଧିକ ମୂଲ୍ୟର ଠକେଇ ସହ ସଂପୃକ୍ତ, ଯାହା PNB ଘଟଣା ଓ LLD Diamonds USA ମାମଲା ସହିତ ଜଡିତ।

ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ମିଶ୍ରିତ ଆବେଦନ ପରେ ନେହଲଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୧୭ ଜୁଲାଇରେ ଶୁଣାଣି ହେବା ନିର୍ଦ୍ଧାରିତ ଅଛି।

ନେହଲ ମୋଦୀଙ୍କୁ ଦୁଇଟି ଅଭିଯୋଗ ଆଧାରରେ ଗିରଫ କରାଯାଇଛି। ପ୍ରଥମଟି ହେଉଛି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲା, ଦ୍ୱିତୀୟଟି LLD Diamonds USA ନାମକ ହୀରା କମ୍ପାନୀ ଠାରୁ ବେଆଇନ ଭାବେ ହୀରା ହାସଲ ଘଟଣା। ସୂତ୍ରମାନଙ୍କ ଅନୁଯାୟୀ, କଷ୍ଟକୋ ସହ ଚୁକ୍ତି ରହିଛି ବୋଲି ମିଥ୍ୟା ଦାବି କରି ସେ ହୀରା ନେଇଥିଲେ, ଯାହାପରେ ତାହାକୁ ବିକ୍ରି କରି ନିଜ ଲାଭ ନେଇଥିଲେ।

ଇଏଡି ଓ ସିବିଆଇ ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି ଓ ପ୍ରତ୍ୟାର୍ପଣ ପାଇଁ ଆମେରିକା ସରକାର ସହ ସହଯୋଗ ଜାରି ରଖିଛନ୍ତି।