ନୂଆଦିଲ୍ଲୀ, ୨୬ ଜୁନ: ଜାତୀୟ ରାଜପଥ ଉପରେ ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ଲାଗୁ କରାଯିବ ବୋଲି ଭ୍ରମ ସୃଷ୍ଟି କରୁଥିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସେ ସଫା କହିଛନ୍ତି, ଏପର୍ଯ୍ୟନ୍ତ ଏପରି କୌଣସି ନିଷ୍ପତ୍ତି ନେଯାଯିନାହିଁ।
ଗଡ଼କରୀ କହିଛନ୍ତି, “ବହୁ ଲୋକ ସ୍କୁଟର ଓ ବାଇକ ଉପରେ ଦୀର୍ଘ ଦୂରତା ଯାତ୍ରା ପାଇଁ ଜାତୀୟ ରାଜପଥ ବ୍ୟବହାର କରନ୍ତି। ଏହି ଯାନମାନେ ଏପର୍ଯ୍ୟନ୍ତ ଟୋଲ୍ ଟ୍ୟାକ୍ସରୁ ମୁକ୍ତ ରହିଛନ୍ତି, ଓ ଆଗାମୀ ଦିନରେ ଏପରି କୌଣସି ଟୋଲ୍ ଲାଗୁ କରାଯିବ ବୋଲି ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ।”
ସେ ଏହି ବ୍ୟପକ ଭ୍ରମ ଦେଇଥିବା ଗଣମାଧ୍ୟମ ଖବର ଉପରେ ଅସନ୍ତୋଷ ଜଣାଇ ବାଲିଛନ୍ତି ଯେ, “ସତ୍ୟ ଯାଞ୍ଚ ବିନା ଏପରି ଭ୍ରମାତ୍ମକ ଖବର ପ୍ରସାରଣ ସୁସ୍ଥ ସାମ୍ବାଦିକତା ପାଇଁ ହାନିକାରକ। ମୁଁ ଏହାକୁ ଗଭୀର ଭାବେ ନିନ୍ଦା କରେ।”