ନୂଆଦିଲ୍ଲୀ: ଦେଶରେ ଅନ୍‌ଲାଇନ୍ ମନି ଗେମ୍‌ (Real Money Gaming) ଉପରେ କଟକଣା ଲାଗିଛି। ଏହାକୁ ଡ୍ରଗ୍ସଠାରୁ ଅଧିକ ବିପଦଜନକ ବୋଲି କୁହାଯାଇଥିବାବେଳେ, ‘ଅନ୍‌ଲାଇନ୍ ଗେମିଂର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ୍‌ ୨୦୨୫’ ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି।

ବିଲ୍‌ ପାସ୍‌ ହେବା ସହିତ, ଡ୍ରିମ୍‌ ୧୧, ପୋକରବାଜି, ଜୁପି, ଏମପିଏଲ୍‌ ଭଳି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କର ଟଙ୍କା ଆଧାରିତ ଖେଳ ବନ୍ଦ କରିଦେଇଛନ୍ତି। କମ୍ପାନୀମାନେ ଉପଭୋକ୍ତାଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ, ନିବେଶିତ ଟଙ୍କା ୧୦୦% ସୁରକ୍ଷିତ ଏବଂ ଫେରାଇ ଦିଆଯିବ।

ସରକାରଙ୍କ କଥାଅନୁସାରେ, ଏହି ଗେମ୍‌ଗୁଡ଼ିକ ଯୁବପିଢ଼ି ଓ ଛୋଟ ପିଲାଙ୍କୁ ବିଶେଷକରି ଅଧିକ ପ୍ରଭାବିତ କରୁଛି। ଆର୍ଥିକ ଠକେଇ, ଋଣ ଜାଲ, ମାନସିକ ଚାପ, ଆତ୍ମହତ୍ୟା ଓ ମନି ଲଣ୍ଡରିଂ‌ରେ ଏହାର ସଂପୃକ୍ତି ଥିବା ସନ୍ଦେହ ସରକାର ପ୍ରକାଶ କରିଛି।

ଏହି ନିଷେଧ ସହିତ, ଆସନ୍ତା ଆଇପିଏଲ୍‌ରେ ଡ୍ରିମ୍‌ ୧୧ ଓ ଅନ୍ୟାନ୍ୟ ମନି ଗେମିଂ ଆପ୍‌ର ବିଜ୍ଞାପନ ନଜର ପଡିବନି।