ନୂଆଦିଲ୍ଲୀ: ବନ୍ୟା ଓ ଭୂସ୍ଖଳନରେ ହିମାଚଳ ପ୍ରଦେଶ ଏବଂ ପଞ୍ଜାବର ଭୟାବହ ସ୍ଥିତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶ ମାର୍ଗରୁ ସମୀକ୍ଷା କରିଛନ୍ତି। ପ୍ରଭାବିତଙ୍କ ସହ ସାକ୍ଷାତ କରି ସେମାନଙ୍କ ଦୁଃଖ ବୁଝିବା ସହିତ ହିମାଚଳ ପ୍ରଦେଶ ପାଇଁ ୧,୫୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି।

ମୋଦୀ କହିଛନ୍ତି, ବନ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। SDRF ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିଷ୍ତି ଆଗୁଆ ଜାରି ହେବ। କ୍ଷତିଗ୍ରସ୍ତ ଘରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପୁନଃନିର୍ମାଣ କରାଯିବା ସହିତ ଜିଓଟ୍ୟାଗିଂ ମାଧ୍ୟମରେ କ୍ଷୟକ୍ଷତିର ଠିକ୍‌ଠାକ ମୂଲ୍ୟାଙ୍କନ କରାଯିବ।

ରାଜ୍ୟର ସଡକ୍‌, ସ୍କୁଲ୍ ଓ ରାଜପଥଗୁଡ଼ିକ ପୁନଃନିର୍ମାଣ କରାଯିବା ସହିତ, ପଶୁପାଳକଙ୍କୁ ମିନି କିଟ୍‌ ପ୍ରଦାନ ହେବ। ବିଦ୍ୟୁତ ବିହୀନ ଚାଷୀମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇବାକୁ ମଧ୍ୟ କେନ୍ଦ୍ର ସରକାର ପ୍ରତିବଦ୍ଧ।

ପରେ ପ୍ରଧାନମନ୍ତ୍ରୀ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏରିଏଲ ସର୍ଭେ କରିଛନ୍ତି। ଗୁରୁଦାସପୁରରେ ପ୍ରଭାବିତଙ୍କ ସହ କଥା ହୋଇ, ଚାଷୀଙ୍କର ନଷ୍ଟ ହୋଇଥିବା ଫସଲ ବିଷୟରେ ଜାଣିଛନ୍ତି। ସେହିପରି NDRF ଓ SDRF ଦଳ ସହ ଉଦ୍ଧାର କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି।