ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପତାକା ଉତ୍ତୋଳନ କରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବସମାଜ ପାଇଁ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି। “ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା” ନାମକ ଏହି ପ୍ରୟାସରେ, ଯେଉଁ ଯୁବମାନେ ପ୍ରଥମ ଚାକିରି ପାଇବେ, ସେମାନଙ୍କୁ ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ ଯୁବମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ପ୍ରୋତ୍ସାହିତ କରିବା ସହ, ଦେଶର ଅର୍ଥନୈତିକ ବୃଦ୍ଧିକୁ ଗତି ଦେବ।