ନୂଆଦିଲ୍ଲୀ, ୨୧ ସେପ୍ଟେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୭ ସେପ୍ଟେମ୍ବରରେ ନିର୍ଦ୍ଧାରିତ ବ୍ରହ୍ମପୁର ଗସ୍ତ ବାତିଲ ହୋଇଛି। ପାଣିପାଗରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସେହି କାର୍ଯ୍ୟସୂଚୀକୁ ବଦଳ କରାଯାଇଥିବା ସୂଚନା ମିଳିଛି।
ଏହା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଝାରସୁଗୁଡ଼ାରେ ହେବା ସମ୍ଭାବନା ଥିବା ଆଲୋଚନା ଚାଲିଛି, ଯଦିଓ ଏହାକୁ ଆଧିକାରିକ ଭାବେ ସ୍ପଷ୍ଟ କରାଯାଇନାହିଁ।
ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାରେ ଆୟୋଜିତ ‘ସେବା ପର୍ବ’ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିବା ସୂଚନା ମିଳିଛି।