ଅହମ୍ମଦାବାଦ – ଗୁଜରାଟର ଅହମ୍ମଦାବାଦରେ ଏକ ଭୟାନକ ବିମାନ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ସମୟରେ କ୍ରାଶ୍‌ କରିଥିବା ଖବର ମିଳିଛି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ ଆଲୋଚନା କରି, ଦୁହିଁଙ୍କୁ ଘଟଣାସ୍ଥଳକୁ ଯିବା ଓ ଆବଶ୍ୟକ ସମସ୍ତ ସହଯୋଗ ପ୍ରଦାନ କରିବା ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ଅନୁଯାୟୀ, ବିମାନ ଅହମ୍ମଦାବାଦ ବିମାନବନ୍ଦରୁ ଲଣ୍ଡନ ଯାଉଥିବା ବେଳେ ଦିନ 1:30 ଚମାସମୟରେ ଉଡିଥିଲା, କିନ୍ତୁ ମେଡିକାଲ କଲେଜ ଏଲାକା ଉପରେ ଯାଇ ବିମାନ ଖସିପଡିଥିଲା। ଦୁର୍ଘଟଣା ସ୍ଥଳର ଦୃଶ୍ୟ ବେହଦ ମନକମ୍ପାଉଥିବା ବୋଲି ସାକ୍ଷୀମାନେ କହିଛନ୍ତି।

ବିମାନରେ କୁଳ ୨୪୨ ଯାତ୍ରୀ ଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡୀୟ ଯାତ୍ରୀ ଥିବା ସୂଚନା ମିଳିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ହେଉଥିବା ଦୁର୍ଘଟଣାକୁ ଅନୁମାନ କରାଯାଉଛି।

ଅମିତ ଶାହ ଘଟଣାପରେ ଅହମ୍ମଦାବାଦ ଅଭିମୁଖେ ବାହାରିଯାଇଛନ୍ତି ଓ ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଦୁର୍ଘଟଣା ପ୍ରତି ଗଭୀର ଶୋକ ଜଣାଇଛନ୍ତି ଓ ପୀଡିତମାନଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ଘଟଣା ସହିତ ସଂପୃକ୍ତ ଅଧିକ ତଥ୍ୟ ନିମନ୍ତେ ଅଧିକାରୀ ତଳସ୍ତରରେ ତଦନ୍ତ ଜାରି ଅଛି।