ଭୁବନେଶ୍ୱର, ୭ ଜୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ଜୁନ ତାରିଖରେ ଓଡ଼ିଶା ଦୌରା କରିବେ। ଏହି ନେଇ ରାଜ୍ୟର ରାଜସ୍ୱ ଓ ଦିଜିଟାଲ ସେବା ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ନୂଆ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଏହି ଦୌରା ଥିବା ଜଣାପଡିଛି।

ସୂତ୍ର ଅନୁଯାୟୀ, ଏହି ଦିନ ସେ ଭାଜପାର ଦଳୀୟ କାର୍ଯ୍ୟକର୍ତ୍ତାମାନେ ସହ ମିଶିବେ ଓ ରାଜ୍ୟର ବିଭିନ୍ନ ଉନ୍ନୟନ ମାମଲା ଉପରେ ଅଲୋଚନା କରିପାରନ୍ତି। ଗତ ବର୍ଷ ୧୨ ଜୁନ ୨୦୨୪ରେ ଓଡ଼ିଶାର ଇତିହାସରେ ପ୍ରଥମଥର ପାଇଁ ଭାଜପା ଏକା ନିଜେ ରାଜ୍ୟରେ କ୍ଷମତାକୁ ଆସିଥିଲା। ଏହି ଦିନ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ବହୁ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଦୌରାକୁ ନେଇ ରାଜନୈତିକ ମହଳରେ ଆଶା ଓ ଉତ୍ସାହ ଦେଖାଯାଉଛି। ସେ ଓଡ଼ିଶା ଆଗମନ କାଳରେ କିଛି ନୂଆ ଘୋଷଣା କରିପାରନ୍ତି ବୋଲି ଅନୁମାନ ହେଉଛି।