ଚଣ୍ଡିଗଡ଼, ୩ ସେପ୍ଟେମ୍ବର: ପଞ୍ଜାବ ଏବେ ୩୭ ବର୍ଷ ପରେ ସବୁଠାରୁ ଭୟାବହ ବନ୍ୟାର ସାମ୍ନା କରୁଛି। ୧୯୮୮ ପରେ ଏପରି ଭୟଙ୍କର ପରିସ୍ଥିତି ପୁଣିଥରେ ଦେଖାଯାଇଛି। ସତଲେଜ, ବ୍ୟାସ ଏବଂ ରାବି ନଦୀର ଜଳସ୍ତର ବଢିବା ସହିତ ସମସ୍ତ ଜିଲ୍ଲା ପ୍ରାୟ ଜଳବନ୍ଦୀ ହୋଇପଡ଼ିଛି।

ବନ୍ୟାଜଳରେ ୩୭ ଜଣଙ୍କ ଜୀବନ ହାରାଇଛନ୍ତି ଏବଂ ପ୍ରାୟ ୩.୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨୩ରୁ ସବୁ ୨୩ ଜିଲ୍ଲା ବନ୍ୟାରେ ଆବୃତ ହୋଇଛି ଓ ୧୬୫୫ ଗାଁ ପୂରାପୂରି ବୁଡିଯାଇଛି।

ଚାଷୀଙ୍କ ନଷ୍ଟ:

ପ୍ରାୟ ୧.୪୮ ଲକ୍ଷ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡିଦେଇଥିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବର୍ଷଭରିର ପରିଶ୍ରମ କେବଳ କିଛି ଦିନରେ ପାଣିରେ ଭାସିଯାଇଛି। ଅନେକ ଘର ଧସିପଡ଼ିଛି, କିଛି ବନ୍ୟାପାଣିରେ ବହିଯାଇଛି। କୌଣସି ଅଞ୍ଚଳରେ ୮ ଫୁଟ ଗଭୀର ଗଲାଣି ମଧ୍ୟ ଦେଖିବାକୁ ମିଳିଛି।

ସରକାରୀ ପଦକ୍ଷେପ:

ମୁଖ୍ୟମନ୍ତ୍ରୀ ସ୍ୱୟଂ ବନ୍ୟାପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ମୂଲ୍ୟାୟନ କରୁଛନ୍ତି ଏବଂ ସହାୟତା ପ୍ରଦାନ କରୁଛନ୍ତି। NDRF, BSF ଓ ସେନାବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଯେଉଁଠାରେ ସଡକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ସେଠାରେ ଡ୍ରୋନ ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ପାଣି, ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇଯାଉଛି।

ପଞ୍ଜାବରେ ସୃଷ୍ଟି ହୋଇଥିବା ଏହି ବିପତ୍ତି ସମୟରେ ସାରା ଦେଶ ଏକାତ୍ମତା ପ୍ରକାଶ କରି ପ୍ରାର୍ଥନା କରୁଛି।