ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ସଂଧ୍ୟାରେ ଭାରତରେ ପହଞ୍ଚିଛନ୍ତି। ତାଙ୍କ ବିଶେଷ ବିମାନ ପାଲାମ ବିମାନବନ୍ଦରରେ ଅବତରିତ ହେବାସହିତ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପ୍ରୋଟୋକଲ ଅନୁଯାୟୀ ଏପରି ସ୍ବାଗତ ମନ୍ତ୍ରୀସ୍ତରୀୟ ବ୍ୟକ୍ତିଙ୍କ ଦ୍ୱାରା କରାଯାଏ, କିନ୍ତୁ ଏଥର ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ପାଲାମକୁ ପହଞ୍ଚି ପୁଟିନଙ୍କୁ ସ୍ବାଗତ କରିଛନ୍ତି। ବିମାନବନ୍ଦରରେ ପୁଟିନଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଛି।

ପୁଟିନଙ୍କ ଭାରତ ଯାତ୍ରାର କାର୍ଯ୍ୟସୂଚୀ

ଦିଲ୍ଲୀ ପହଞ୍ଚିବା ପରେ ରାତି ୮ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପୁଟିନଙ୍କ ସମ୍ମାନରେ ବିଶେଷ ନୈଶ୍ୟଭୋଜ ଆୟୋଜିତ ହେବ।

ଆସନ୍ତା କାଲି—

  • ପୁଟିନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ।
  • ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବ।

ପ୍ରତିରକ୍ଷା ଚୁକ୍ତି ଉପରେ ବିଶ୍ୱର ନଜର

ଏହି ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ଦ୍ୱିପାକ୍ଷିକ ଚୁକ୍ତି ସାଇନ୍‌ ହେବାର ସମ୍ଭାବନା ରହିଛି। ବିଶେଷକରି ପ୍ରତିରକ୍ଷା ମହଳ ଲାଗି ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମନାଯାଉଛି, କାରଣ ଦୁଇ ଦେଶ ମଧ୍ୟରେ ନୂଆ ରକ୍ଷା ଚୁକ୍ତି ନେଇ ବିଶ୍ୱର ନଜର ଏବେ ଦିଲ୍ଲୀ ଉପରେ ଅଟେ।

ପୁଟିନଙ୍କ ଏହି ଭାରତ ଯାତ୍ରା ଦୁଇ ଦେଶର କୌଶଳିକ ସମ୍ପର୍କକୁ ଆଉ ମଜବୁତ କରିବାର ଆଶା କରାଯାଉଛି।