ଚଣ୍ଡିଗଡ଼: ପଞ୍ଜାବରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ବିଶେଷ ଗସ୍ତ କରିଛନ୍ତି। ସେ ଟ୍ରାକ୍ଟରରେ ବସି ବନ୍ୟା ପ୍ରଭାବିତ ଗ୍ରାମ ଓ କ୍ଷେତ୍ର ବୁଲିଥିଲେ ଏବଂ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ଲୋକମାନଙ୍କ ସହ କଥା ହୋଇଥିଲେ।
ଦିନାନଗରରେ ପ୍ରଭାବିତଙ୍କ ସହ ସାକ୍ଷାତ୍ କରି ସେମାନଙ୍କ ଦୁଃଖଦ ଅବସ୍ଥା ବିଷୟରେ ଜାଣିଥିଲେ ରାହୁଲ। ପରେ ସେ ସୋସିଆଲ ମିଡିଆରେ ଲେଖିଥିଲେ ଯେ, “ବନ୍ୟା ପଞ୍ଜାବରେ ଭୟାବହ କ୍ଷୟକ୍ଷତି ସୃଷ୍ଟି କରିଛି। ଘର, କ୍ଷେତ, ଜୀବନ ସବୁ ହରାଇଛି, କିନ୍ତୁ ପ୍ରଭାବିତଙ୍କ ସାହସ ଅଟଳ।”
ସେ କେନ୍ଦ୍ର ଏବଂ ରାଜ୍ୟ ସରକାରକୁ ଅନୁରୋଧ କରିଛନ୍ତି ଯେ ସମୟରେ ରିଲିଫ୍ ପ୍ୟାକେଜ ଏବଂ କ୍ଷତିପୂରଣ ପହଞ୍ଚୁ। ଏହି କଷ୍ଟଦାୟକ ସମୟରେ ପ୍ରତ୍ୟେକ ପ୍ରଭାବିତ ପରିବାର ସହିତ ସେମାନେ ଅଛନ୍ତି ବୋଲି ରାହୁଲ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖନୀୟ, ଏହା ପୂର୍ବରୁ ୯ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଞ୍ଜାବ ଯାଇ ବନ୍ୟା ପ୍ରଭାବିତଙ୍କ ସହ କଥା ହୋଇଥିଲେ ଏବଂ ଆକାଶ ମାର୍ଗରୁ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।