ବେଙ୍ଗାଲୁରୁ – ଆଇପିଏଲ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର (RCB) ଟିମ୍‌ର ବିଜୟ ପରେଡ୍ ଦିଅଉଥିବା ବେଳେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ନିକଟରେ ଦଳାଚକଟା ଘଟିଥିବାରୁ ଅନ୍ତତଃ ୭ ଜଣ ନିହତ ହୋଇଛନ୍ତି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

RCB ଟିମ୍ ବିଜୟ ପରେଡ୍ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିଲା, ଯାହା ପୂର୍ବରୁ ଖେଳାଳିମାନେ ବିଧାନ ସୌଧରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଟିମ୍ କୁ ଦେଖିବା ପାଇଁ ଉତ୍ସାହିତ ହଜାର ହଜାର କ୍ରିକେଟ୍ ଫ୍ୟାନ୍‌ ଷ୍ଟାଡିୟମ ଓ ବିଧାନ ସୌଧ ନିକଟରେ ଭିଡ଼ ଜମାଇଥିଲେ। ଏହି ଭିଡ଼ ଅତ୍ୟଧିକ ହେବା ଫଳରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟିଥିଲା।

ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି। ଏହି ଦଳାଚକଟାରେ ୨୦ ଜଣ ଆହତ ଓ ୭ ଜଣଙ୍କ ଜୀବନ ହରାଇଛନ୍ତି। ଦୁର୍ଘଟଣା ପରେ ବିଜୟ ପରେଡ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ସେହି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ବାହାରେ ଥିବା ମେଟ୍ରୋ ଷ୍ଟେସନ୍‌କୁ ମଧ୍ୟ ବନ୍ଦ କରାଯାଇଥିଲା।

ପ୍ରଶାସନ ପକ୍ଷରୁ ଆହତମାନେଙ୍କୁ ଉପଚାର ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଯିବା ସହ ବୃହତ୍ ଜାଞ୍ଚ ଆରମ୍ଭ କରାଯାଇଛି।