ନୂଆଦିଲ୍ଲୀ — ଚଳିତ ବର୍ଷ ମୌସୁମୀ ବାୟୁ ଦେଶରେ ସଅଳ ପ୍ରବେଶ କରିଥିବାରୁ ଅନେକ ରାଜ୍ୟରେ ବର୍ଷା ସକ୍ରିୟ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣପଶ୍ଚିମ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଲଘୁଚାପ ଉତ୍ପନ୍ନ ହେବାରୁ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମେଘାଳୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ରେଡ୍ଆଲର୍ଟ ଜାରି କରାଯାଇଛି।
ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଯାଉଛି। ବିହାରର ଭାଗଲପୁର, ପୂର୍ଣ୍ଣିଆ, ଆରାରିଆ ଓ ସୁପୌଲ ସମେତ ଅନେକ ଜିଲ୍ଲାରେ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଏହି ଅଞ୍ଚଳଗୁଡ଼ିକୁ ବିଜୁଳି, ବର୍ଷା ଓ ବେଗବାନ୍ ପବନ ପାଇଁ ସତର୍କ କରିଛି।
ଦିଲ୍ଲୀ, ଉତ୍ତର ପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ରରେ ମଧ୍ୟ ବର୍ଷା ଚଳିଛି। ଦିଲ୍ଲୀରେ ବୁଧବାର ରାତିରେ (୫୦-୬୦ କି.ମି.) ପବନ ବହିବା ସହିତ ବର୍ଷା ହୋଇଛି।ସୁତ୍ର ଅନୁସାରେ, ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ହୋଇପାରେ।
ଟ୍ରାନ୍ସପୋର୍ଟ ଓ ଜୀବନ ଉପରେ ପ୍ରଭାବ
ଉତ୍ତର ପ୍ରଦେଶର ବରେଲି ଏବଂ ଟନକପୁର କାସଗଞ୍ଜ ରୁଟ୍ରେ ବର୍ଷା ପାଇଁ ପାଣି ଜମା ହେବାରୁ ଟ୍ରେନ୍ ଚଳାଚଳ ବାଧା ପାଇଛି। ୧୨ଟି ଠାରୁ ଅଧିକ ଟ୍ରେନ୍ ପ୍ରଭାବିତ ହୋଇଛି। ଏହା ସହିତ, ବଜ୍ରପାତ ଘଟଣାରେ ୧୦ ଜଣ ନିହତ ହେବା ଖବର ମିଳିଛି।
ପାଣିପାଗ ବିଭାଗର ଅନୁରୋଧ
ଲଘୁଚାପ ଏବଂ ମୌସୁମୀ ବାୟୁ ପ୍ରଭାବିତ ଅଞ୍ଚଳରେ ଥିବା ଲୋକମାନେ ଦୟାକରି ନିଜ ଅଞ୍ଚଳର ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ସତର୍କ ବାର୍ତ୍ତାକୁ ଗଭୀରତାରେ ଗ୍ରହଣ କରନ୍ତୁ ଓ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନକୁ ଅସ୍ଥାନାନ୍ତର କରନ୍ତୁ।