ନୂଆଦିଲ୍ଲୀ: ଦିଲ୍ଲୀର ବିଷାକ୍ତ ବାୟୁ ଏବେ ଐତିହାସିକ ଲାଲକିଲ୍ଲାକୁ ବି କ୍ଷତି ପହଞ୍ଚାଇବାରେ ଲାଗିଛି। ନିକଟରେ ପ୍ରକାଶିତ ଗବେଷଣାରୁ ଜଣାପଡିଛି ଯେ, ୧୭ଶତାବ୍ଦୀରେ ନିର୍ମିତ ଏହି ସ୍ମାରକର ଲାଲ ବାଲୁକାପଥରର କାନ୍ଥରେ କ୍ରମେ କଳାରଙ୍ଗର ସ୍ତର ଜମାହେଉଛି, ଯାହା ଏହାର ଗଠନ ଓ ସୌନ୍ଦର୍ଯ୍ୟକୁ ବିପଦରେ ପକାଇଛି।

ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଇଟାଲୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ସହଯୋଗୀତାର ଅଂଶ ଭାବରେ, ଆଇଆଇଟି ରୁରକି, ଆଇଆଇଟି କାନପୁର, ଫୋସ୍କାରି ବିଶ୍ୱବିଦ୍ୟାଳୟ (ଭେନିସ୍) ଏବଂ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଆବାସିକ ଅଞ୍ଚଳରେ କଳା ଧୁଳିର ପତଳା ସ୍ତର ୦.୦୫ ମିଲିମିଟର ହେଲେ, ଯାତାୟାତ ଭିଡ଼ ଥିବା ଅଞ୍ଚଳରେ ଏହା ୦.୫ ମିଲିମିଟର ପର୍ଯ୍ୟନ୍ତ ଘନ ସ୍ତରରେ ଜମାହେଉଛି। ଏହି ପ୍ରଦୂଷଣର ପ୍ରଭାବରୁ କାନ୍ଥର ସୁକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ବୃଦ୍ଧି ପାଇଛି।