ଋଷିକେଶ: ପ୍ରସିଦ୍ଧ ଲକ୍ଷ୍ମଣ ଝୁଲାକୁ ପରିବର୍ତ୍ତନ କରି ନୂତନ ବଜରଙ୍ଗ କାଚ ସେତୁ ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ୧୩୨ ମିଟର ଲମ୍ବା ଏହି ଅନନ୍ୟ ସେତୁର ନିର୍ମାଣ କାର୍ଯ୍ୟ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଶେଷ ହେବାର ଆଶା ରହିଛି। ସେତୁ ନିର୍ମାଣ ପାଇଁ ପ୍ରାୟ ୬୯ କୋଟି ଟଙ୍କା ବ୍ୟୟ ହେଉଛି।

ପ୍ରାୟ ୧୦୦ ବର୍ଷ ପୁରୁଣା ଲକ୍ଷ୍ମଣ ଝୁଲାର ସ୍ଥାନ ନେବାକୁ ଯାଉଥିବା ଏହି ବଜରଙ୍ଗ ସେତୁ ପର୍ଯ୍ୟଟକଙ୍କୁ ଗଙ୍ଗା ନଦୀ ଅତିକ୍ରମ ସମୟରେ ଏକ ଅପୂର୍ବ ଅଭିଜ୍ଞତା ପ୍ରଦାନ କରିବ। ସେତୁରେ ଦିନରେ ଗଙ୍ଗା ନଦୀର ସୁନ୍ଦର ଦୃଶ୍ୟ ଓ ରାତିରେ ଆଲୋକିତ ପରିବେଶ ଦେଖିବାକୁ ମିଳିବ।

ବଜରଙ୍ଗ ସେତୁ ତେହରୀ ଏବଂ ପାଉରି ଜିଲ୍ଲାକୁ ସଂଯୋଗ କରିବ। ସେତୁରେ ତିନି ପ୍ରକାରର ରେଲିଂ ରହିବା ସହିତ ସିସିଟିଭି କ୍ୟାମେରା ଓ ବିଶେଷ ଆଲୋକ ବ୍ୟବସ୍ଥା ହୋଇଛି। ଗ୍ଲାସ ଡିଜାଇନ୍ ସହିତ ନିର୍ମିତ ଏହି ସେତୁ ଋଷିକେଶର ନୂତନ ପରିଚୟ ହେବାକୁ ଯାଉଛି।