ନୂଆଦିଲ୍ଲୀ/ରିୟାଦ: ପଶ୍ଚିମ ଏସିଆରେ ବଢ଼ୁଥିବା ତନାତନି ଓ Strait of Hormuz ଅଞ୍ଚଳରେ ଅସ୍ଥିରତା ମଧ୍ୟରେ ଭାରତ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ବନ୍ଧୁ ଦେଶ Saudi Arabia ବିକଳ୍ପ ମାର୍ଗ ବ୍ୟବହାର କରି Indiaକୁ ଅଶୋଧିତ ତୈଳ ଯୋଗାଣ ଆରମ୍ଭ କରିଛି।

ରିପୋର୍ଟ ଅନୁଯାୟୀ, ସାଉଦିର ପଶ୍ଚିମ ଉପକୂଳର Yanbu Port, Saudi Arabiaରୁ ଟ୍ୟାଙ୍କରଗୁଡ଼ିକ Red Sea ମାର୍ଗ ଦେଇ ଭାରତ ଅଭିମୁଖେ ଯାଉଛି। ବର୍ତ୍ତମାନ ୪ଟି ବିଶାଳ ଟ୍ୟାଙ୍କରରେ ପ୍ରାୟ ୬୦ ଲକ୍ଷ ବ୍ୟାରେଲ୍ ତୈଳ ଭାରତକୁ ପଠାଯାଇଛି। ଏହା ସହ ଚଳିତ ମାସ ଶେଷ ସୁଦ୍ଧା ଅତିରିକ୍ତ ୯ରୁ ୧୦ ମିଲିୟନ୍ ବ୍ୟାରେଲ୍ ତୈଳ ଆସିବାର ଆଶା ରହିଛି।

ସାଧାରଣତଃ ବିଶ୍ୱର ପ୍ରାୟ ୨୦% ତୈଳ ବାଣିଜ୍ୟ Strait of Hormuz ମାର୍ଗରେ ହୋଇଥାଏ। କିନ୍ତୁ IranUnited States ମଧ୍ୟରେ ବଢ଼ୁଥିବା ତନାତନି ଫଳରେ ଏହି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ମନେ ରଖି ସାଉଦି ଆରବ ନିଜର ପୂର୍ବ ଅଞ୍ଚଳରୁ ପ୍ରାୟ ୧୨୦୦ କି.ମି. ଲମ୍ବା ପାଇପଲାଇନ୍‌ ମାଧ୍ୟମରେ ତୈଳକୁ ପଶ୍ଚିମ କୂଳର ୟାନବୁ ବନ୍ଦରକୁ ପହଞ୍ଚାଇ ପରେ ସମୁଦ୍ର ପଥରେ ପଠାଉଛି।

ତେବେ ଏହି ବିକଳ୍ପ ମାର୍ଗର କିଛି ସୀମାବଦ୍ଧତା ମଧ୍ୟ ରହିଛି। ପାଇପଲାଇନ୍‌ର କ୍ଷମତା ସୀମିତ ଥିବାରୁ ଏହା ହର୍ମୁଜ୍ ପଥ ପରି ବିପୁଳ ପରିମାଣର ତୈଳ ବୋହିପାରିବ ନାହିଁ। ସେପଟେ Bab-el-Mandeb Strait ନିକଟରେ ହୁଥି ବିଦ୍ରୋହୀଙ୍କ କ୍ରିୟାକଳାପ ଥିବାରୁ Red Sea ରୁଟ୍‌ ମଧ୍ୟ ପୂରାପୂରି ସୁରକ୍ଷିତ ନୁହେଁ।

ତଥାପି, ଏହି ପଦକ୍ଷେପ ଭାରତର ଶକ୍ତି ସୁରକ୍ଷାକୁ ମଜବୁତ କରିବା ସହିତ ସମ୍ଭାବ୍ୟ ତୈଳ ସଙ୍କଟ କିମ୍ବା ଦରବୃଦ୍ଧିକୁ ରୋକିବାରେ ଉପକାରୀ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।