ନୂଆଦିଲ୍ଲୀ, 13 ଅଗଷ୍ଟ: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକମାନଙ୍କ ପାଇଁ IMPS (Immediate Payment Service) ଟ୍ରାନ୍ସଫର ଶୁଳ୍କରେ ବଡ଼ ପରିବର୍ତ୍ତନ କରିଛି। ଏପର୍ଯ୍ୟନ୍ତ ସମସ୍ତ ଅନଲାଇନ IMPS ଟ୍ରାନ୍ସଫର ମାଗଣା ଥିଲେ, ଏବେ ନିର୍ଦ୍ଧିଷ୍ଟ ରାଶିରୁ ଅଧିକ ଅନଲାଇନ ଟ୍ରାନ୍ସଫର ଉପରେ ଶୁଳ୍କ ଲାଗୁ ହେବ। କିନ୍ତୁ କମ ରାଶିର ଟ୍ରାନ୍ସଫର ପୂର୍ବବତ୍ଭାବେ ମାଗଣା ରହିବ।
ନୂତନ ଶୁଳ୍କ ସଂରଚନା (ଅନଲାଇନ IMPS):
- ₹1,000 ପର୍ଯ୍ୟନ୍ତ – ଶୁଳ୍କ ନାହିଁ
- ₹1,001–₹10,000 – ଶୁଳ୍କ ନାହିଁ (ଶାଖାରେ ₹2 + GST)
- ₹10,001–₹25,000 – ଶୁଳ୍କ ନାହିଁ (ଶାଖାରେ ₹4 + GST)
- ₹25,001–₹1,00,000 – ₹4 + GST (ଶାଖାରେ ସମାନ)
- ₹1,00,001–₹2,00,000 – ₹6 + GST (ଶାଖାରେ ₹12 + GST)
- ₹2,00,001–₹5,00,000 – ₹10 + GST (ଶାଖାରେ ₹20 + GST)
ଶୁଳ୍କ ମାଫ ହେବାକୁଥିବା ଆକାଉଣ୍ଟଗୁଡିକ:
- Defense Salary Package (DSP)
- Paramilitary Salary Package (PMSP)
- Indian Coast Guard Salary Package (ICGSP)
- Central Government Salary Package (CGSP)
- Police Salary Package (PSP)
- Railway Salary Package (RSP)
- Corporate, State Government, Startup Salary Packages
- Shaurya Family Pension Account
- Family Savings Account – SBI RE
IMPS କ’ଣ?
IMPS, NPCI (National Payments Corporation of India) ଦ୍ୱାରା ପ୍ରଦାନ କରାଯାଉଥିବା 24×7 ରିଅଲ-ଟାଇମ୍ ବ୍ୟାଙ୍କ-ଟୁ-ବ୍ୟାଙ୍କ ଟଙ୍କା ପରିବହନ ସେବା। ଅଧିକାଂଶ ଚ୍ୟାନେଲରେ ଏହାର ସୀମା ₹5 ଲକ୍ଷ।