ନୂଆଦିଲ୍ଲୀ: ମହାକାଶରୁ ଫେରିବା ପରେ ଭାରତର ଗୌରବ, ଶୁଭାଂଶୁ ଶୁକ୍ଳା ସୋମବାର ସକାଳେ ତାଙ୍କ ସହର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସେ ୩ ଦିନିଆ ଯାତ୍ରାରେ ସହରକୁ ଆସିଥିବା ବେଳେ, ସମଗ୍ର ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ପହଞ୍ଚିବା ସମୟରେ, ତାଙ୍କ ସ୍କୁଲ ସିଟି ମୋଣ୍ଟେସରିର ଛାତ୍ରଛାତ୍ରୀମାନେ ଫୁଲମାଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରିଥିଲେ। ପରେ ସହରର ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ହେଲେ, ପରିବାର ଓ ସମ୍ପର୍କୀୟଙ୍କୁ ଭେଟିପାରିବା ସତ୍ତ୍ୱେ, ଶୁଭାଂଶୁଙ୍କୁ ନିଜ ପିଲାଦିନ କଟାଇଥିବା ଘରକୁ ଯିବାକୁ ପ୍ରଶାସନ ଅନୁମତି ଦେଇନାହାଁନ୍ତି। ସୁରକ୍ଷାକୁ ମୁହାଁରେ ରଖି, ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି।

ଗତ ସପ୍ତାହ ଦିଲ୍ଲୀରେ କାଟିବା ପରେ, ଶୁଭାଂଶୁ ଏବେ ଲକ୍ଷ୍ନୌରେ ୩ ଦିନ ଅତିବାହିତ କରିବେ। ସେ ପରିବାର ସହିତ ସମୟ ବିତାଇବେ, କିନ୍ତୁ ପୁରୁଣା ସ୍ମୃତି ମନେପକାଇବା ପାଇଁ ନିଜ ଘରକୁ ପହଞ୍ଚି ପାରିବେ ନାହିଁ।