ନୂଆଦିଲ୍ଲୀ, ୬ ଅକ୍ଟୋବର: ଆଜିର ଡିଜିଟାଲ୍ ଯୁଗରେ ସୋସିଆଲ ମିଡିଆ ମଣିଷ ଜୀବନର ଅଅଂଗୀକ ଅଂଶ ହୋଇପଡିଛି। ଯେଉଁଥିରେ ମଣିଷ ଖାଇବା, ଶୋଇବା, ବୁଲିବା କିମ୍ବା କାମ କରିବା ସମୟରେ ମଧ୍ୟ ଫୋନ୍ ଛାଡ଼ି ରହିପାରୁନାହାନ୍ତି। ସକାଳେ ଉଠିବାଠାରୁ ରାତି ଶୋଇବା ପର୍ଯ୍ୟନ୍ତ ଷ୍ଟୋରୀ, ରିଲ୍ସ ଓ ଷ୍ଟାଟସ୍ ଅପଡେଟ୍ କରିବା ଯୁବପିଢିର ଦୈନନ୍ଦିନ ଅଭ୍ୟାସ ହୋଇଯାଇଛି।
ସୋସିଆଲ ମିଡିଆ ମାଧ୍ୟମରେ ଦେଶ-ବିଦେଶ ଖବର ମିଳୁଥିବା ସତ୍ୟ, କିନ୍ତୁ ଏହା ମଣିଷର ଜୀବନଶୈଳୀକୁ ଗୁରୁତର ଭାବରେ ପ୍ରଭାବିତ କରୁଛି। ଅଧିକ ସମୟ ସୋସିଆଲ ମିଡିଆରେ ବିତାଇବା ମନୋଭାବ ଓ ମାନସିକ ସ୍ୱାସ୍ଥ୍ୟକୁ ବିଗାଡ଼ୁଛି।
🔹 ମାନସିକ ସ୍ୱାସ୍ଥ୍ୟ ଉପରେ ସୋସିଆଲ ମିଡିଆର ପ୍ରଭାବ
- ସକାଳେ ଉଠିବା ସହିତ ଯୁବମାନେ ପ୍ରଥମେ ମୋବାଇଲ ହାତେ ନେଉଛନ୍ତି।
- ଠାକୁରଙ୍କ ମୁହଁ ଦେଖିବା ପୂର୍ବରୁ ଫୋନ୍ ସ୍କ୍ରିନ୍ ଦେଖୁଛନ୍ତି।
- ଇନଷ୍ଟାଗ୍ରାମ ଓ ଫେସବୁକରେ ଫଟୋ, ଷ୍ଟାଟସ୍ ଓ ରିଲ୍ସ ଅପଲୋଡ୍ ଦିନଚର୍ଯ୍ୟାର ଅଂଶ।
- ଏବେ ସମ୍ପର୍କ ତିଆରି ନୁହେଁ, ‘ଲାଇକ୍’ ଓ ‘ଭିୟୁ’ ମିଳିଲା କି ନାହିଁ, ସେଥିପରି ଲଢେଇ।
- ଭିୟୁ କମ୍ ମିଳିଲେ ମନ ଖରାପ ହେଉଛି, ମାନସିକ ଚାପ ବଢୁଛି।
- ସୋସିଆଲ ମିଡିଆରେ ଲାଭ ହେଉଥିବା କିଛିମାନେ ରୋଜଗାର କଲେ ମଧ୍ୟ ସାମାଜିକ ଚାପର ସମ୍ମୁଖୀନ ହେଉଛନ୍ତି।
ପ୍ରତ୍ୟେକ ଲାଇକ୍ ଓ କମେଣ୍ଟ ମଣିଷର ମସ୍ତିଷ୍କକୁ ଛୋଟ ଖୁସି ଦେଉଥାଏ, ଯାହା ଧୀରେ ଧୀରେ ନିଶାର ରୂପ ନେଉଛି। ଯେତେବେଳେ ଅପେକ୍ଷା କରାଯାଇଥିବା ପ୍ରତିକ୍ରିୟା ମିଳୁନାହିଁ, ତାହା ଚିନ୍ତା, ଅବସାଦ ଓ ଅସନ୍ତୋଷକୁ ଜନ୍ମ ଦେଉଛି।
🔹 ସମାଧାନ
ସୋସିଆଲ ମିଡିଆକୁ ପୁରାପୁରି ଛାଡିବା ଆବଶ୍ୟକ ନୁହେଁ, କିନ୍ତୁ ସନ୍ତୁଳିତ ଭାବରେ ବ୍ୟବହାର ଆବଶ୍ୟକ।
- ଦିନକୁ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ ସୋସିଆଲ ମିଡିଆ ପାଇଁ।
- ଅନାବଶ୍ୟକ ସ୍କ୍ରଲିଂ ଏଡାନ୍ତୁ।
- ଶୋଇବା ପୂର୍ବରୁ ଫୋନ ବ୍ୟବହାର ବନ୍ଦ କରନ୍ତୁ।
- ପରିବାର, ବନ୍ଧୁ ଓ ପ୍ରକୃତି ସହ ସମୟ ବିତାନ୍ତୁ।
ସମୟ ସୀମାରେ ସୋସିଆଲ ମିଡିଆ ବ୍ୟବହାର କଲେ ଆପଣ “ସୋସିଆଲ ମିଡିଆ ସିଣ୍ଡ୍ରୋମ” ରୁ ମୁକ୍ତ ହୋଇ ଆବାରେ ସ୍ଵସ୍ଥ ଓ ସଫଳ ଜୀବନ ଜୀଇପାରିବେ।