ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପଢିବେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପାଠ। ଗୁରୁବାର ଦିନ ଦିଲ୍ଲୀରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାରେ ‘ମିସନ ଲାଇଫ’ କୁ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଉଦ୍ୟମ ଅନୁମୋଦିତ ହୋଇଛି।

ଏହି ବୈଠକରେ ଦୁଇ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସ୍କୁଲ ଶିକ୍ଷାରେ ପରିବେଶ ଓ ଜଳବାୟୁ ଶିକ୍ଷା ଦେବା ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ। ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ପିଲାମାନେ ବାଲବାଟିକା ଅବଧିରୁ ଏହାର ଶିକ୍ଷା ଗ୍ରହଣ କରିପାରିବେ।

ଏହା ଫଳରେ ଦେଶର ୧୪.୭ ଲକ୍ଷ ସ୍କୁଲ ଓ ୩୦ କୋଟି ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନର ଅଂଶ ହେବେ। ପରିବେଶପ୍ରତି ସଚେତନ ମାନସିକତା ବିକାଶ, ସ୍ଥାୟୀ ଜୀବନଶୈଳୀ ଓ ସମ୍ବେଦନଶୀଳ ଆଚରଣ ବଢ଼ିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

ପ୍ରଧାନ ମହୋଦୟ ପରାମର୍ଶ ଦେଇଛନ୍ତି ଯେ ଏହି ପାଠ୍ୟକ୍ରମ ଗାମିଫିକେସନ୍, ଡିଜିଟାଲ୍ ଟୁଲ୍ସ, ଶିକ୍ଷକ ହ୍ୟାଣ୍ଡବୁକ ବିକାଶ ଓ ସ୍ଥାନୀୟ ଶିକ୍ଷା ପ୍ରଶିକ୍ଷଣ ସଂସ୍ଥା (ଡାଏଟ୍) ମାଧ୍ୟମରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟାନ୍ବୟନ କରାଯିବା ଉଚିତ। ଶିକ୍ଷା ଓ ପରିବେଶ ମନ୍ତ୍ରଣାଳୟ ଏହି ଉଦ୍ୟମରେ ସହଯୋଗ କରି ଭାରତର ଜଳବାୟୁ ଲିଡରସିପ୍ ମଜବୁତ କରିବା ଉଦ୍ୟମ କରିବାକୁ ବ୍ୟତିବ୍ୟସ୍ତ।