ନୂଆଦିଲ୍ଲୀ: ଆଜି ରାତିରେ ଆକାଶରେ ଦେଖାଯିବ ଏହି ବର୍ଷର ସବୁଠାରୁ ବଡ଼ ଓ ଉଜ୍ଜ୍ୱଳ ସୁପରମୁନ୍। ଅନ୍ୟ ପୂର୍ଣ୍ଣିମା ତୁଳନାରେ ଏହା ଅଧିକ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯିବ, କାରଣ ଏହି ସମୟରେ ଚନ୍ଦ୍ର ପୃଥିବୀଙ୍କ ସବୁଠାରୁ ନିକଟତମ ସ୍ଥିତିରେ ରହିବ। ସ୍ପଷ୍ଟ ଆକାଶ ଥିଲେ ଏହି ଦୃଶ୍ୟ ଖାଲି ଆଖିରେ ମଧ୍ୟ ଦେଖିହେବ, ଏପାଇଁ କୌଣସି ବିଶେଷ ଉପକରଣ କିମ୍ବା ଟେଲିସ୍କୋପର ଆବଶ୍ୟକତା ନାହିଁ।
ପୁଣି ଡିସେମ୍ବରରେ ସୁପରମୁନ୍ ଦେଖିବେ ଲୋକେ:
ଏହି ବର୍ଷ ମୋଟ ତିନୋଟି ସୁପରମୁନ୍ ଦୃଶ୍ୟମାନ ହେବ। ଆଜି ଥିବା ସୁପରମୁନ୍ ଏହି ବର୍ଷର ସବୁଠାରୁ ଉଜ୍ଜ୍ୱଳ ହେବା ସହ, ଅକ୍ଟୋବରର ସୁପରମୁନ୍ଠାରୁ ବିଶେଷ ଭାବରେ ବଡ଼ ଦେଖିବ। ଆସନ୍ତା ୪ ଡିସେମ୍ବରରେ ଆଉ ଏକ ସୁପରମୁନ୍ ଦେଖାଯିବ, କିନ୍ତୁ ଏହା ଅପେକ୍ଷାକୃତ ଛୋଟ ହେବ। ଏହି ପରେ ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ କୌଣସି ସୁପରମୁନ୍ ଦୃଶ୍ୟମାନ ହେବ ନାହିଁ।
ସୁପରମୁନ୍ କିପରି ହୁଏ?
ସାଧାରଣତଃ ଯେତେବେଳେ ପୂର୍ଣ୍ଣିମା ସମୟରେ ଚନ୍ଦ୍ର ପୃଥିବୀଙ୍କ ସବୁଠାରୁ ନିକଟତର ସ୍ଥାନ, ଯାହାକୁ ପେରିଗି ବୋଲି କୁହାଯାଏ, ତାହାରେ ଚନ୍ଦ୍ର ସାଧାରଣ ତୁଳନାରେ ପ୍ରାୟ ୧୪% ବଡ଼ ଏବଂ ୩୦% ଉଜ୍ଜ୍ୱଳ ଦେଖିବ। NASA ଅନୁସାରେ, ଏହି ସମୟରେ ଚନ୍ଦ୍ର ଆକାଶରେ ଅତ୍ୟଧିକ ଚମକିଲା ଓ ମନୋହର ଦୃଶ୍ୟ ପ୍ରଦାନ କରେ। ଆଜି ଥିବା ସୁପରମୁନ୍ ମଧ୍ୟ ଏହି ମାପରେ ବଡ଼ ଏବଂ ଉଜ୍ଜ୍ୱଳ ହେବ।
କେତେବେଳେ ଦିଶିବ ସୁପରମୁନ୍?
୫ ନଭେମ୍ବର ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏହା ଦୃଶ୍ୟମାନ ହେବ ଏବଂ ସନ୍ଧ୍ୟା ୬:୪୯ ରେ ଚନ୍ଦ୍ର ଆକାଶର ଶୀର୍ଷ ସ୍ଥାନରେ ପହଞ୍ଚିବ। ଏହି ଦୃଶ୍ୟ ରାତି ସାରା ଦେଖିପାରିବେ।
ଭାରତରେ କେଉଁଠି ଏବଂ କେତେବେଳେ ଦେଖାଯିବ:
- ଦିଲ୍ଲୀ, ଲକ୍ଷ୍ଣୌ ଓ ଚଣ୍ଡିଗଡ଼ – ସନ୍ଧ୍ୟା ୬ଟାରେ
- ମୁମ୍ବାଇ ଓ ଅହମ୍ମଦାବାଦ – ସନ୍ଧ୍ୟା ୬ଟା ୧୫ରେ
- କୋଲକାତା ଓ ପାଟନା – ସନ୍ଧ୍ୟା ୫ଟା ୧୫ରେ
- ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ – ସନ୍ଧ୍ୟା ୬ଟାରୁ
- ସିମଲା, ମନାଲି ଓ ଲେହ – ସନ୍ଧ୍ୟା ୫ଟା ୩୦ରେ
ବିଦେଶରେ ସୁପରମୁନ୍ ଦୃଶ୍ୟମାନ ହେବାର ସ୍ଥାନଗୁଡ଼ିକ:
ଆମେରିକା, ୟୁରୋପ, ଦୁବାଇ, ଟୋକିଓ, ସିଙ୍ଗାପୁର ଓ ସିଡନୀ ସହିତ ବିଶ୍ୱର ବହୁ ସହରରେ ମଧ୍ୟ ଏହି ସୁପରମୁନ୍ ଭିନ୍ନ ଭିନ୍ନ ସମୟରେ ଦେଖିହେବ।





