ମାଲକାନଗିରି, ୨୬ ଜୁନ: ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ଅବୁଝମାଡ଼ ଜଙ୍ଗଲରେ ଏକ ଏନକାଉଣ୍ଟର ଦ୍ୱାରା ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ଏହି ଘଟଣା ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବସ୍ଥିତ ଅତ୍ୟଧିକ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଘଟିଛି।
ସୂତ୍ର ଅନୁଯାୟୀ, ଗୁପ୍ତ ସୂଚନା ପାଇ ବଡ଼ ଆକାରର କମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡିଆରଜି ଓ ଏସଟିଏଫ ଯବାନ। ଏହି ଅପରେସନ ସମୟରେ ନକ୍ସଲମାନେ ପ୍ରଥମେ ସୁରକ୍ଷାବାହିନୀ ଉପରେ ଗୁଳି ଚାଲାଇଥିଲେ, ଯାହାକୁ ଉତ୍ତର ଦେଇ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଦୁଇ ମହିଳା ନକ୍ସଲ ଜଣଙ୍କ ମୃତ୍ୟୁ ଘଟିଛି।
ଘଟଣାସ୍ଥଳରୁ ଇନସାସ୍ ବନ୍ଧୁକ ଓ ରାଏଫଲ ଭଳି ଅସ୍ତ୍ର ଜବତ କରାଯାଇଛି। ମାଡ୍ ଡିଭିଜନ ସ୍ତରର ବଡ଼ କ୍ୟାଡରମାନେ ଉପସ୍ଥିତ ଥିବା ସୂଚନା ମିଳିଥିବାରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।
ପୁଲିସ ଅଧିକାରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଛି ଓ ଅପରେସନ ଚାଲିଛି। ନାରାୟଣପୁର ଓ କୋଣ୍ଡାଗାଓଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି।