ନୂଆଦିଲ୍ଲୀ, ୪ ସେପ୍ଟେମ୍ବର: UPI (Unified Payments Interface) ମାଧ୍ୟମରେ ଏବେ ବଡ଼ ଟ୍ରାଞ୍ଜାକ୍ସନ୍ କରିବା ସୁବିଧା ମିଳିବ। ୧୫ ସେପ୍ଟେମ୍ବର ୨୦୨୫ ଠାରୁ NPCI (ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ) UPI ଟ୍ରାଞ୍ଜାକ୍ସନ୍ ସୀମା ବୃଦ୍ଧି କରିବାକୁ ଘୋଷଣା କରିଛି।
ନୂତନ ନିୟମ କଣ?
- ସାଧାରଣ UPI ଟ୍ରାନ୍ସଫର୍ (P2P) ପାଇଁ ପ୍ରତିଦିନ ସୀମା ୧ ଲକ୍ଷ ଟଙ୍କା ଅବିକଳ ରହିବ।
- କିନ୍ତୁ P2M (Person to Merchant) କାରବାର ପାଇଁ, ଯଥା:
- ଟ୍ୟାକ୍ସ ପେମେଣ୍ଟ
- ବୀମା ପ୍ରିମିୟମ
- EMI ଏବଂ FD ଦେୟ
- ଷ୍ଟକ୍ ମାର୍କେଟ୍ ନିବେଶ
➤ ପ୍ରତି କାରବାରର ସୀମା ୫ ଲକ୍ଷ ଟଙ୍କା
➤ ୨୪ ଘଣ୍ଟାରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର୍ ସମ୍ଭବ।
କାହିଁକି କରାଗଲା ବୃଦ୍ଧି?
ଆସନ୍ତା ୧୫ ସେପ୍ଟେମ୍ବର ୨୦୨୫ ଟ୍ୟାକ୍ସ ଦେବାର ଶେଷ ତାରିଖ। ଏହି ସମୟରେ ବହୁତ ପ୍ରୋଫେଶନାଲ ଏବଂ ବ୍ୟବସାୟୀ UPI ଦ୍ୱାରା ବଡ଼ ଦେୟ ଦେଇଥାନ୍ତି। ସେଥିପାଇଁ NPCI ଏହି ପଦକ୍ଷେପ ନେଇଛି।
କାହାକୁ ଲାଭ ହେବ?
- ବଡ଼ ବ୍ୟବସାୟୀ
- ଟ୍ୟାକ୍ସପେୟର୍
- ବୀମା ଗ୍ରାହକ
- ଷ୍ଟକ୍ ମାର୍କେଟ୍ ନିବେଶକ
- EMI କିମ୍ବା ଡିଜିଟାଲ ସେବା ବ୍ୟବହାର କରୁଥିବା ସାଧାରଣ ଗ୍ରାହକମାନେ