ମୁମ୍ବାଇ: ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ World Audio Visual and Entertainment Summit (WAVES) 2025 ସମିଟ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚାରି ଦିନ ଧରି ଚାଲିଥିବା ଏହି ବୈଶ୍ୱିକ ମନୋରଞ୍ଜନ ମଞ୍ଚରେ ଦେଶ-ବିଦେଶର ବହୁତ ସ୍ଥାନପ୍ରତିଷ୍ଠିତ ସେଲିବ୍ରିଟି ଏବଂ କଣ୍ଟେଣ୍ଟ କ୍ରିଏଟର ଅଂଶଗ୍ରହଣ କରିଥିଲେ।

ଉଦଘାଟନ ପରେ ଦେଶବାସୀଙ୍କୁ ସମ୍ବୋଧନ କରି ବାକ୍ତବ୍ୟ ଦେବା ସମୟରେ PM ମୋଦି କହିଛନ୍ତି, “ଭାରତୀୟ ସିନେମା କେବଳ ମନୋରଞ୍ଜନ ନୁହେଁ, ଏହା ଦେଶର ସଂସ୍କୃତିର ସ୍ୱର ଓ ଅଭିବ୍ୟକ୍ତି”। ସେ କହିଛନ୍ତି ଯେ WAVES ଏକ ଶବ୍ଦ ନୁହେଁ, ବରଂ ଏକ ଅନ୍ତର୍ଜାତୀୟ ତରଙ୍ଗ ଯାହା ଭାରତର ସୃଜନାତ୍ମକ ଶକ୍ତିକୁ ବିଶ୍ୱମଞ୍ଚରେ ପ୍ରତିସ୍ଥାପିତ କରିବ।

ଏହି କାର୍ଯ୍ୟକ୍ରମରେ କରଣ ଜୋହର, ଦୀପିକା ପାଦୁକୋଣ, ଫରହାନ ଅଖତର, ଆମିର ଓ ଶାହରୁଖ ଖାନ, ରଣବୀର କପୁର ଓ ଅକ୍ଷୟ କୁମାର ପ୍ରମୁଖ ଫିଲ୍ମ ସ୍ତମ୍ଭମାନେ ଉପସ୍ଥିତ ଥିଲେ।

‘ପଦ୍ମ ପୁରସ୍କାର’କୁ ମିଳିଲା ଜନତା ସମ୍ମାନର ରୂପ

ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ବିଭିନ୍ନ ସେକ୍ଟରର ଅଦୃଶ୍ୟ ନାୟକମାନେ ଯେଉଁମାନେ ଦୂର ଅଞ୍ଚଳରେ ଦେଶସେବା କରୁଛନ୍ତି, ସେମାନଙ୍କୁ ‘ପିପଲସ୍ ପଦ୍ମ’ ମାନ୍ୟତା ଦେଇ ସମ୍ମାନିତ କରାଯାଉଛି। ଦେଶ ଏହି ଦୃଷ୍ଟିକୋଣକୁ ଖୋଲା ହୃଦୟରେ ଗ୍ରହଣ କରିଛି।

ଭାରତୀୟ କଣ୍ଟେଣ୍ଟ ଓ ୱେବ୍ ପ୍ଲାଟଫର୍ମ ଓ ଡିଜିଟାଲ ଶିଳ୍ପର ଭବିଷ୍ୟତ

ମୋଦି କହିଛନ୍ତି, “ଭାରତର କଣ୍ଟେଣ୍ଟ କ୍ରିଏଟରମାନେ ବିଶ୍ୱ ମଞ୍ଚରେ ଭାରତର କାହାଣୀ ପହଞ୍ଚାଉଛନ୍ତି। ୱେବ୍ ମାଧ୍ୟମରେ ଦେଶର ସାଂସ୍କୃତିକ ଶକ୍ତି ସହଜରେ ବିଶ୍ୱ ସହ ଯୋଡ଼ାଯିପାରିଛି। ଦେଶବାହାରେ ଥିବା ଭାରତୀୟ ମାନେ ମଧ୍ୟ ଏହି ସଂଯୋଗ ଦ୍ୱାରା ଆପଣା ମାଟିର ଗାଥାକୁ ଅନୁଭବ କରୁଛନ୍ତି।”

ଭାରତୀୟ ଚଳଚ୍ଚିତ୍ର ୧୦୦+ ଦେଶରେ ପ୍ରଚାରିତ

ସେ କହିଛନ୍ତି, “ଆଜି ଭାରତୀୟ ଚଳଚ୍ଚିତ୍ର ଶତାଧିକ ଦେଶରେ ରିଲିଜ୍ ହୁଅଛି। ଦେଶର ଦୃଢ଼ କାହାଣୀ, ସଂସ୍କୃତି ଓ ଅନୁଭବକୁ ବିଶ୍ୱ ବୁଝିବାକୁ ଚାହାଁଉଛି। ଏହା ସହିତ ଡିଜିଟାଲ ମାଧ୍ୟମରେ ୧୦%ରୁ ଅଧିକ ବୃଦ୍ଧି ଦେଖାଯାଇଛି।”

GDP ବୃଦ୍ଧିରେ ମନୋରଞ୍ଜନ ଶିଳ୍ପର ଭୂମିକା

PM କହିଛନ୍ତି, “ଫିଲ୍ମ, ସଙ୍ଗୀତ, ଫ୍ୟାସନ୍, ଡିଜିଟାଲ କଣ୍ଟେଣ୍ଟ ଓ ମାଳ୍ଟିମିଡିଆ ଶିଳ୍ପ ବିଶ୍ୱ ମାଞ୍ଚରେ ଭାରତକୁ ଅଗ୍ରସର କରୁଛି। ଏହା GDP ବୃଦ୍ଧିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିବ। ସରକାର ଏହି ଶିଳ୍ପକୁ ସମ୍ପୂର୍ଣ୍ଣ ସମର୍ଥନ ଦେବ।”