ପୁରୀ: ଏକ ଅପେରା ପାର୍ଟି ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘଟଣାରେ ଅନେକ ଯାତ୍ରା କଳାକାରଙ୍କ ଜୀବନ ଅଳ୍ପରେ ବର୍ତ୍ତିଛି। ଦୁର୍ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ୍ର ନୂଆଗାଁ କେନାଲ ନିକଟରେ, ଯେଉଁଠାରେ ରାଜନନ୍ଦିନୀ ନାମକ ଯାତ୍ରା ପାର୍ଟିର ବସ୍ ଏକ ଅଟୋକୁ ସାଇଡ୍ ଦେବାକୁ ଗିଲାବେଳେ ରାସ୍ତାରୁ ତଳକୁ ଖସି ପଡିଲା ।
ଦୁର୍ଘଟଣା ସମୟରେ ବସ୍ରେ ଥିବା ୫୦ରୁ ଅଧିକ ଯାତ୍ରା କଳାକାର ଅନ୍ଧାରା ରାତିରେ ଭୟଙ୍କର ଅବସ୍ଥା ର ସମ୍ମୁଖୀନ ହେଲେ ମଧ୍ୟ ଅନେକେ ଏକ ବଡ଼ ଦୁର୍ଘଟଣା ରୁ ବଞ୍ଚିଗଲେ। ବସ୍ଟି ଅଧା ଓଲଟା ସ୍ଥିତିରେ ଏକ ପଟକୁ ଦବି ରହିଥିଲା ଓ ଏଥିରେ ୩ ଜଣ ଆହତ ହେବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ ଅନୁସାରେ, ବନ୍ଧ ରାସ୍ତା ନିମ୍ନମାନର ହେବା ଏବଂ ଅବ୍ୟବସ୍ଥିତ ଭାବରେ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଡ୍ରାଇଭର ଏକ ଅଟୋକୁ ଜାଗା ଦେବାକୁ ଚେଷ୍ଟା କରିବା ସମୟରେ ବସ୍ ରାସ୍ତା ଫସି ଗଲାବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଘଟଣା ପରେ ଏକ କ୍ରେନ୍ ଦ୍ୱାରା ବସ୍କୁ ଉଠାଯାଇ ଥିବା ବେଳେ, ବସ୍ ପୁଣିଥରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲିଯାଇଛି। ଅହତ ୩ ଜଣଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣା ସହିତ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ ଯାତ୍ରା କଳାକାର ମାନଙ୍କ ପରିବାର ପକ୍ଷରୁ ରାସ୍ତାର ମରାମତି ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଦାବି କରାଯାଇଛି।