ଭୁବନେଶ୍ବର: ଦୁଇ ବର୍ଷ ପୂର୍ବରୁ ଅର୍ଥକାରବାର ଘଟଣାକୁ ନେଇ ଚର୍ଚ୍ଚାରେ ଆସିଥିବା ଅର୍ଚ୍ଚନା ନାଗ ପୁଣିଥରେ ସମ୍ବାଦଶୀର୍ଷରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସୋଙ୍କର ସତ୍ୟବିହାରସ୍ଥିତ ଜି+୨ ଘରକୁ ଆଟାଚ୍‌ କରିଛି। ମନି ଲଣ୍ଡରିଂ ଆଇନ 2002 ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଇଡିର ସ୍ୱତନ୍ତ୍ର ଟିମ୍‌ ଅର୍ଚ୍ଚନାଙ୍କ ଘରେ ପହଞ୍ଚି, ବିଭିନ୍ନ ସାମଗ୍ରୀ ଯାଞ୍ଚ କରିଥିଲା। ପୂର୍ବରୁ ଅର୍ଚ୍ଚନାଙ୍କୁ ଇଡି ତରଫରୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା।

ପୂର୍ବପରିଚୟ

2022 ମସିହାରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଏତଲା କରିଥିଲେ। ତା’ପରେ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା।

2022 ଅକ୍ଟୋବର 6ରେ ଅର୍ଚ୍ଚନାକୁ ପୁଲିସ ଗିରଫ କରିଥିଲା ଏବଂ ପରେ ଇଡି ମଧ୍ୟ ତଦନ୍ତ ଆରମ୍ଭ କରି 2022 ଡିସେମ୍ବର 13ରେ ସୋଙ୍କୁ ଗିରଫ କରିଥିଲା। ପ୍ରାୟ 14 ମାସ ଜେଲରେ ରହିବା ପରେ 2023 ଡିସେମ୍ବର 12ରେ ସୋଙ୍କୁ ହାଇକୋର୍ଟ ସର୍ତ୍ତସହ ଜାମିନ ଦେଇଥିଲା।

ବର୍ତ୍ତମାନ ସ୍ଥିତି

ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ପୂର୍ବରୁ ଜାମିନ ପାଇଥିବା ଅର୍ଚ୍ଚନାଙ୍କୁ, ଏବେ ଇଡି ମାମଲାରେ ମଧ୍ୟ ଜାମିନ ମିଳିଥିବାରୁ ସୋଙ୍କର ଜେଲ୍‌ରୁ ବାହାରିବାର ପଥ ସ୍ପଷ୍ଟ ହୋଇଥିଲା।